Odiapua.com

ଯୋଡା : କରୋନା କାଳରେ ଯୁବ ଗୋଷ୍ଠୀ ବାଣ୍ଟିଲେ ମାସ୍କ ଓ ସାନିଟାଇଜର

ଯୋଡା, ୧୫ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏବେ ସହର ଠାରୁ ଏହି କରୋନା ସଂକ୍ରମଣ ଖଣି ପ୍ରଭାବିତ ଗାଁ ଗୁଡିକୁ ବ୍ୟାପିବାରେ ଲାଗିଥିବା ବେଳେ ବିଲେଇପଦା ଛକ ନିକଟରେ କିଛି ଯୁବକ ଶୁକ୍ରବାର ଦିନ ତମାମ ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନ ବାର୍ତ୍ତା ବାଣ୍ଟିବା ସହ ବାରମ୍ବାର ସାବୁନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ଘରେ ଏବଂ ବାହାରେ ତୁଣ୍ଡି ପରିଧାନ କରବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ବିଲେଇପଦାର ମା ମୋବାଇଲର ଆର୍ôଥକ ସହାୟତାରେ ସେମାନେ ୨ଶହ ସାନିଟାଇଜର ଏବଂ ୫ ହଜାର ତୁଣ୍ଡି ଲୋକମାନଙ୍କୁ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜା ସାହୁ, ନରେଶ ପ୍ରଧାନ, ଗୌତମ ସାହୁ, ରଞ୍ଜିତ ବାରିକ୍ ଏବଂ ତାଙ୍କ ସହିତ କିଛି ସୁରକ୍ଷା କର୍ମି ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।