Odiapua.com

ଯୋଡା : ଏକ ସବୁଜ ଆସନ୍ତାକାଲିର ଗଠନ ନିମନ୍ତେ ଟାଟା ଷ୍ଟିଲ୍ ପକ୍ଷରୁ ରନ୍‌-ଏ-ଥନ୍ ଦୌଡ କାର୍ଯ୍ୟକ୍ରମ

ଯୋଡା, ୯ା୧୧(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଟାଟା ଷ୍ଟିଲ୍ ସଂସ୍କୃତିରେ କ୍ରୀଡା ଏକ ପ୍ରମୁଖ ଅଂଶ। ଜାତୀୟ ଓ ଆନ୍ତର୍ଜାତୀୟ କ୍ରିଡାକୁ ପ୍ରୋତ୍ସାହନ ମାଧ୍ୟମରେ ସୁସ୍ଥ ସମାଜ ଗଠନ ଓ କ୍ରୀଡାରେ ଉତ୍କର୍ଶତା ପାଇଁ ସୁଯୋଗ ସୃଷ୍ଟି କରିବାକୁ କମ୍ପାନୀ ପ୍ରାଧାନ୍ୟ ଦେଇଥାଏ। ଏହି ପରିପେକ୍ଷୀରେ ଏକ ସବୁଜ ଆସନ୍ତାକାଲିର ଗଠନ ବିଷୟ ବସ୍ତୁକୁ ନେଇ ଟାଟା ଷ୍ଟିଲ ନୂଆମୁଣ୍ଡି ପକ୍ଷରୁ ରନ୍‌-ଏ-ଥନ୍ ର ଦୌଡ ପ୍ରତିଯୋଗୀତାର ଚତୁର୍ଥ ସଂସ୍କରଣ ଆୟୋଜନ କରାଯାଇଛି। ଏକ ସୁସ୍ଥ ଓ ସବୁଜ ଭବିଶ୍ୟତ ଗଠନ ନିମନ୍ତେ ଏହି ପ୍ରତିଯୋଗୀତାରେ ସହର ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କ ସହିତ ଦେଶର ବିଭିନ୍ନ ସ୍ଥାନରୁ ପେସାଦାର ଭାବକ ମଧ୍ୟ ଅଂଶ ଗ୍ରହଣ କରିବେ। ଚଳିତ ବର୍ଷ ୧୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଓ ୭ କିମି ଦୌଡ। ୧୬ ବର୍ଷରୁ କମ ବୟସର ବାଳିକ ଓ ବାଳିକାଙ୍କ ପାଇଁ ୫ କିମି ଦୌଡ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୨ କିମି ଦୌଡର ଆୟୋଜନ କରାଯାଇଅଛି। ବିଭିନ୍ନ ବର୍ଗରେ ମୋଟ ୫ଲକ୍ଷ ୩୭ ହଜାର ଟଙ୍କା ମୂଲ୍ୟର ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଯୋଡା ଭ୍ୟାଲି କ୍ଲବ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଟାଟା ଷ୍ଟିଲ୍ ସାଧାରଣ ପରିଚାଳକ ଅତୁଲ ଭଟ୍ଟନାଗର (ଓଏମ୍‌କ୍ୟୁ, ନୂଆମୁଣ୍ଡି), ଟାଟା ଷ୍ଟିଲ୍ ଯୋଡା ମୁଖ୍ୟ ସରୋଜ ବାନାର୍ଜୀ, କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ସୁଭ୍ରାଂଶୁ ପଣ୍ଡା (କଳିଙ୍ଗନଗର), ଟାଟା ଷ୍ଟିଲ ନୂଆମୁଣ୍ଡି ମୁଖ୍ୟ ତୁଳସୀ ଦାସ ଗନଭୀର ଏବଂ ଅନେକ ଅଧିକାରୀ ଉପସ୍ଥିତ ରହିଥିଲେ। ୧୦ କିମି ଦୌଡ ବର୍ଗରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ବିଜେତାଙ୍କୁ ଯଥାକ୍ରମେ ୫୧ ହଜାର, ୪୧ ହଜାର, ୩୧ ହଜାର, ୨୧ ହଜାର, ୧୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ୭ କିମି ବର୍ଗରେ ଯଥାକ୍ରମେ ୨୫ ହଜାର, ୨୦ ହଜାର, ୧୫ ହଜାର, ୧୦ ହଜାର ଏବଂ ୭ହଜାର ୫ଶହ ଟଙ୍କା ପରୁସ୍କାର ରାଶି ପ୍ରଦାନ କରାଯିବ। ୫ କିମି ବର୍ଗରେ ଯଥାକ୍ରମେ ୧୦ ହଜାର, ୮ ହଜାର, ୭ ହଜାର, ୬ ହଜାର ଓ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହାସହିତ ଦିବ୍ୟାଙ୍କମାନଙ୍କ ପାଇଁ ସ୍ୱତନ୍ତ୍ର ପୁରସ୍କାର ରାଶି ରଖାଯାଇଥିବା ଜଣାପଡିଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ସବୁଜ, ସୁସ୍ଥ ଓ ସମୃଦ୍ଧ ଆସନ୍ତାକାଲି ପାଇଁ ଏହି ଦୌଡ କାର୍ଯ୍ୟକ୍ରମ ଚଳିତ ମାସ ୨୭ ତାରିଖ ପୂର୍ବାହ୍ନରେ ଝାଡଖଣ୍ଡର ନୂଆମୁଣ୍ଡିଠାରେ ଅନୁଷ୍ଠିତ ହେଉଥିବା ବେଳେ ଏହାର ପଞ୍ଜିକରଣର ଅନ୍ତିମ ଦିବସ ନଭେମ୍ବର ୨୦ ତାରିଖ ରଖାଯାଇଛି। ଏଥିରେ ୫ହଜାରରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାବନେବେ ବୋଲି ଆଶା କରାଯାଉଛି।