Odiapua.com

ଯୋଡା : ଆଲୋଡା ଶିଶୁ କନ୍ୟା ଉଦ୍ଧାର

ଯୋଡା, ୦୯ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଅନ୍ତର୍ଗତ ଭଦ୍ରାସାହୀ ପଞ୍ଚାୟତର ଭୁସୁଗାଁ ୪ନଂ ୱାର୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ଯେ କୌଣସି ସଚେତନ ବ୍ୟକ୍ତିକୁ ମର୍ମାହତ କରିବ । ଭୁସୁଗାଁରେ ଅବସ୍ଥିତ ଏକ ଗୋଦାମ ଘର ପଛପଟେ ଥିବା ବୁଦା ମଧ୍ୟରୁ ଏକ ସଦ୍ୟଜାତ ଶିଶି କନ୍ୟାକୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ରାତିରେ କେହି ନିର୍ଦୟ ଭାବେ ଏହି ଶିଶୁ କନ୍ୟାଟିକୁ ଏକ ପ୍ଲାଷ୍ଟିକ ଅଖା ଭିତରେ ପୁରାଇ ସେଠାରେ ଫିଙ୍ଗି ଦେଇଥିବା ବେଳେ ବୁଧବାର ସକାଳେ ସ୍ଥାନୀୟ ଜଣେ ଯୁବକ ସେହି ବାଟ ଦେଇ ଯାଉଥିବା ବେଳେ ଶିଶୁ କନ୍ୟାଟି କାନ୍ଧୁ ଥିବାର ଶବ୍ଦ ଶୁଣିବାକୁ ପାଇଥିଲେ । ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଋଣ୍ଡ ହୋଇଯାଇଥିଲେ । ସ୍ଥାନୀୟ ସରପଞ୍ଚ କସ୍ତୁରି ଓରାମ ଓ ୱାର୍ଡ ମେମ୍ବର ବୈଦେହୀ ଦଳବେହେରାଙ୍କ ଉପସ୍ଥିତିରେ ଅଖା ଭିତରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ତାକୁ ତୁରନ୍ତ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଯିବା ପରେ ଏବେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି । ଖବର ପାଇ ବଡବିଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଏହି ଅମାନବିୟ କାର୍ଯ୍ୟ ଘଟାଇଥିବା ବ୍ୟକ୍ତି ସମ୍ବନ୍ଧରେ ଖୋଳତାଳ ଆରମ୍ଭ କରିବା ସହ ଉଦ୍ଧାର ଶିଶୁ କନ୍ୟାଟିକୁ ଚାଇଲ୍ଟ ଲାଇନକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ।