Odiapua.com

ଯୋଡା : ଆଦର୍ଶ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଯୋଡା, ୩୧ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦେଓଝରସ୍ଥିତ ଧବଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହୃଷିକେଶ ମହାନ୍ତଙ୍କ ସୋମବାର ଦିନ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ବିଦାୟକାଳୀନ ସଭାରେ ଶିକ୍ଷକ, ଛାତ୍ର, ଛାତ୍ରୀ ଏବଂ ଅଭିଭାବକମାନେ ଯୋଗଦେଇ ପ୍ରଧାନ ଶିକ୍ଷକଙ୍କ ପରବର୍ତ୍ତି ଜୀବନ ସୁଖମୟ ହେବା ପାଇଁ ଶୁଭକାମନା କରିଥିଲେ । ଶ୍ରୀ ମହାନ୍ତ ଦୀର୍ଘ ୩୦ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସମୟରେ ତାଙ୍କ ସମୟରେ ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ବିଦ୍ୟାଳୟ ପରିସରରେ ବଗିଚା ସୃଷ୍ଟି ଏବଂ ଉଚ୍ଚମାନର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ର-ଛାତ୍ରୀମାନଙ୍କୁ ସୃଙ୍ଖଳିତ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ତାଙ୍କର ଅବସରପରେ ବରିଷ୍ଠ ଶିକ୍ଷୟୈତ୍ରୀ ସ୍ମିତା ଭଟ୍ଟାଚାର୍ଯ୍ୟ ପ୍ରଧାନ ଶିକ୍ଷୟୈତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବିଦାୟ ପ୍ରଧାନ ଶିକ୍ଷକଙ୍କୁ ସେ ଉପଢୌ÷କନ ଦେଇ ସମ୍ବର୍ଦ୍ଧନା ଜଣାଇଥିବା ଜଣାପଡିଛି ।