Odiapua.com

ଯୋଡାରେ ମଣିଷ ମଳ ପରିଷୋଧନ କେନ୍ଦ୍ରର ଭିତିପ୍ରସ୍ଥର ସ୍ଥାପନ

ଯୋଡା – ୦୯/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶୁକ୍ରବାର ପୂର୍ବାହ୍ନରେ ଯୋଡା ପୌରାଞ୍ଚଳ ଅନ୍ତର୍ଗତ ୬ନଂ ୱାର୍ଡର ବବଚ୍ୟୁହାଟିଂ ଠାରେ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ର ନିକଟରେ ଏକ ମଣିଷ ମଳ ପରିଷୋଧନ କେନ୍ଦ୍ରର ଶିଳାନ୍ୟାସ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥାର କେନ୍ଦୁଝରର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ ଆନୁଷ୍ଠାନୀକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା । ୨ କୋଟି ୬୪ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ପରିଷୋଧନ କେନ୍ଦ୍ରରେ ପୌରାଞ୍ଚଳର ବିଭିନ୍ନ ପାଇଖାନା ଟାଙ୍କିରୁ ସେସ୍‌ପୁଲ ମାଧ୍ୟମରେ ଅଣାଯାଉଥିବା ଜଳ ମିଶ୍ରିତ ମଳକୁ ଏହି ପ୍ରକ୍ରିୟା କରଣ କେନ୍ଦ୍ରରେ ଜଳକୁ ପୃଥକ୍ କରାଯାଇ ବିଭିନ୍ନ ଗଛରେ ବ୍ୟବହାର କରାଯିବା ସହ କଠିନ ବର୍ଜ୍ୟବସ୍ତୁରୁ ସାର ପ୍ରସ୍ତୁତ କରାଯାଇ କୃଷି କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ଯୋଡା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟଟିକୁ ସମ୍ପାଦନ କରିବା ପାଇଁ ଠିକା ସଂସ୍ଥା ଓସିସିଏଲ୍ କୁ କାର୍ଯ ହସ୍ତାନ୍ତର କରାଯାଇଥିବା ଜାଣିବାକୁ ମିଳିଛି । ଏହି ଭିତ୍ତିପ୍ରସ୍ଥର ସ୍ଥାପନ ଉତ୍ସବରେ ଯୋଡା ପୌରପାଳିକାର ସମସ୍ତ କର୍ମଚାରୀ, ଯନ୍ତ୍ରୀ ଉପସ୍ଥିତ ରହିଥିଲେ ।