Odiapua.com

ଯୋଡାରେ ଜିଲ୍ଲାପାଳଙ୍କ ବୈଠକ, ଅପାରଗତା ଲୁଚାଇବାକୁ ଗଣମାଧ୍ୟମକୁ ବାରଣ

ାା ଯୋଡା, ୦୬/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌର ସଭା ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟୀ, ଯୋଡା ଖଣି ଉପନିଦେ୍ର୍ଦଶକ ଲକ୍ଷ୍ମୀଧର ନାଏକ, ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ବଡବିଲ ଆରଟିଓ ମାନସ ରଞ୍ଜନ ସାହୁ, ବଡବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ, ୭ଟି ଥାନାର ଅଧିକାରୀ, ପୂତ୍ତ ବିଭାଗ ଅଧିକାରୀ ଓ ସମସ୍ତ ଖଣି ଲିଜ୍ ଧାରୀ ଉପସ୍ଥିତ ରହିଥିଲେ । ଯୋଡା – ବଡବିଲ ଖଣି ଅଞ୍ଚଳରେ ରାସ୍ତା ଘାଟାର ଦୁରବସ୍ଥା ଏକ ମୂଖ୍ୟ ସମସ୍ୟା ହୋଇଥିବା ବେଳେ ଦୁର୍ଘଟଣା ଏ ଅଞ୍ଚଳରେ ଏକ ନୀତିଦିନିଆ ଘଟଣାରେ ପରିଣତ ହୋଇଛି । ଏଥିପାଇଁ ବାରମ୍ବାର ଆନେ୍ଦାଳନ, ଧାରଣା, ଧର୍ମଘଟ ଜାରିରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇପଡିଛି । ନିଜର ଅପାରଗତା ଲୁଚାଇବା ପାଇଁ ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ଏହା ଫଳପ୍ରଦ ହୋଇପାରିନାହିଁ । ତେଣୁ ବିଭିନ୍ନ ବୈଠକ ସମୟରେ ସାମ୍ବାଦିକ ମାନଙ୍କୁ ଜିଲ୍ଲାପାଳ ଦୂରେଇ ରଖିବା ତାଙ୍କ ପାରିବା ପଣିଆକୁ ପଦାରେ ପକାଇଦେଇଛି । ଏଠାରେ ସୂଚନା ଯୋଗ୍ୟ, ଦୀର୍ଘ ଦିନ ଧରି ଜାତୀୟ ରାଜପଥ ୫୨୦ ରିମୁଳି ଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର କାର୍ଯ୍ୟର ପ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ ଦେଖିବାକୁ ମିଳିଛି । ଯୋଡା ଠାରୁ ବାମେବାରୀ ଦେଇ କାଳିମାଟି ପର୍ଯ୍ୟନ୍ତ ରାସ୍ତାର ମରାମତି କାର୍ଯ୍ୟ ତ୍ୱାରାନ୍ୱୀତ ହୋଇନପାରିାବା ଫଳରେ ମୁଖ୍ୟ ରାସ୍ତାରେ ବିରାଟ ଗର୍ତ୍ତମାନ ପୁଷ୍କରଣୀର ଭ୍ରମ ସୃଷ୍ଟି କରିଛି । ସେହିପରି ବିଲେଇପଦା ଠାରୁ ଦେଓଝର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠୀରୁ ଅର୍ଥ ମଞ୍ଜୁର କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ । ଜିଲ୍ଲା ଖଣିଜ ପାଣ୍ଠୀରେ ପର୍ଯ୍ୟାପ୍ତ ଟଙ୍କା ଥାଇଁ କାର୍ଯ୍ୟ ତ୍ୱାରାନ୍ୱୀତ ହୋଇନପାରିବା ଜିଲ୍ଲା ପ୍ରଶାସନର ଦକ୍ଷତା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଜିଲ୍ଲାପାଳ ନିଜର ଅସାହୟତା ପ୍ରକାଶ କରି ବାରମ୍ବାର ଖଣି ମାଲିକମାନଙ୍କୁ ଏହି ରାସ୍ତା ନିର୍ମାଣ କରିବା ପାଇଁ ତାଗିଦ କରୁଥିଲେ ମଧ୍ୟ ଖଣି ମାଲିକମାନେ ଏହାକୁ ଭୃକ୍ଷେପ ନକରି ସେମାନେ ଜିଲ୍ଲା ଖଣିଜ ପାଣ୍ଠିରେ ତାଙ୍କର ଅଂଶଧନ ପୈଠ କରିଥିବା ଯୋଗୁଁ ନିଜର ଅସାମର୍ଥତା ପ୍ରକାଶ କରି ଖଣି ସଚିବଙ୍କୁ ଖୋଲା ଖୋଲି ଭାବେ ଅଗ୍ରାହ୍ୟ କରି ଅବଗତ କରାଇଥିବା ଜଣାପଡିଛି । ରାସ୍ତା ଘାଟର ଦୂରବସ୍ଥା ଯୋଗୁଁ ଅଞ୍ଚଳଟି ଦୁର୍ଘଟଣା ପ୍ରବଣ ହୋଇପଡିଥିବା ବେଳେ ଭାରିଯାନ ଚଳାଚଳ ନେଇ ପ୍ରଶାସନ ପକ୍ଷରୁ କେତେକ କଟକଣା କରାଯାଇଥିଲା । ତେବେ ଏହି କଟକଣାକୁ କୈଣସି ଗାଡି ଚାଳକ କିମ୍ବା ଗାଡି ମାଲିକ, ପରିବହନ ଠିକାଦାର କିମ୍ବା ଖଣି ମାଲିକ ପାଳନ କରୁନଥିବାରୁ ଏହା ଏକ ଉକ୍ରଟ ପରିସ୍ଥିତି ସୃଷ୍ଟି କରିଛି । ଏହା ପୂର୍ବରୁ ଅନୁଷ୍ଠୀତ ବୈଠକରେ ଟ୍ରାଫିକ ସମସ୍ୟା ଦୁର କରିବା ପାଇଁ ଯୋଡା ଖଣି ଉପନିଦେ୍ର୍ଦଶକ ଏଲ୍.ଡି. ନାଏକଙ୍କୁ ଏକ ଟୋଲ ଫ୍ରୀ ନମ୍ବର ଜାରି କରିବାକୁ ନିଦେ୍ର୍ଦଶ ଦିଆଯିବା ସତ୍ୱେ ତାହା ଅଦ୍ୟାବଧି ପାଳନ କରାଯାଇନାହିଁ । ଖଣି ଗୁଡିକୁ ଦିଆଯାଉଥିବା ପରିବହନ ଅନୁମତି ଉପରେ ଖଣି ଉପନିଦେ୍ର୍ଦଶକଙ୍କ ଅଙ୍କୁଶ ନଥିବାରୁ ଏହି ସମସ୍ୟା ଉପୁଜୁଛି ବୋଲି ଖଣି ମାଲିକ ଓ ପରିବହନ ସଂସ୍ଥା ମାନେ ଅଭିଯୋଗ କରିଥିଲେ । ଆଜିର ବୈଠକରେ ଏହି ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଖଣି ମାଲିକମାନେ ନିଜର ପାର୍କିଂ ବ୍ୟବସ୍ତା କରିବାର ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ସେହିପରି ମଦ୍ୟପ ଟ୍ରକ ଚାଳକଙ୍କ ଲାଇସେନ୍ସ ରଦ୍ଦ କରିବା ସହିତ ସମ୍ପୃକ୍ତ ପରିବହନ ସଂସ୍ୟାର ଅନୁମତି ରଦ୍ଦ କରିବାକୁ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ପୁଲିସ ବିଭାଗ ପକ୍ଷରୁ କେତୋଟି ସ୍କ୍ୱାର୍ଡ ଗଠନ କରି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେବେ ବାରମ୍ବାର ଜିଲ୍ଲାପାଳଙ୍କ ଯୋଡା ବଡବିଲ ଗସ୍ତ ସତ୍ୱେ ଟ୍ରାଫିକ ସମସ୍ୟା ସମାଧାନ ହୋଇପାରିନଥିବା ବେଳେ ଏହି ବୈଠକ ମଧ୍ୟ ପୂର୍ବ ବୈଠକ ପରି ଧର୍ମକୁ ଆଖିଠାର ବୋଲି ଯୋଡାରେ ଚର୍ଚ୍ଚା ହେଉଛି ।