Odiapua.com

ଯୋଡ଼ା ପ୍ରେସ୍ କ୍ଲବ୍ ପକ୍ଷରୁ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବ

ବଡ଼ବିଲ,ତା ୧୧ ଡିସେମ୍ବର,(ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଯୋଡ଼ା ଲାଓ ପ୍ୟାଲେଶ୍ ଠାରେ ଯୋଡ଼ା ପ୍ରେସ୍ କ୍ଲବ୍ ପକ୍ଷରୁ ଏକ ବନ୍ଧୁ ମିଳିନ ଉତ୍ସବ ଅନୁଷ୍ଠିତ ହୋଇଯାଉଛି ।ଏହି ଉତ୍ସବରେ ସାମ୍ବାଦିକ ଓ ସମାଜସେବୀ ସାମିଲ ହୋଇଥିଲେ । ଯୋଡ଼ା ବ୍ଲକରେ ହୋଇଥିବା ଦୁର୍ନିତିର ଖୁଲାସା ସହ ସୁସ୍ଥ ସମାଜ ଗଠନ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ରହିଥିଲା । ସମସ୍ତେ ନିଜ ନିଜର ପରିଚୟ ପ୍ରଦାନ କରିବା ସହ ମତବ୍ୟକ୍ତ କରିଥିଲେ । ଆଲୋଚନା ଚକ୍ରରେ ଯୋଡ଼ା ପ୍ରେସ୍ କ୍ଲବ ସଭାପତି ପ୍ରମୋଦ କୁମାର ମହାନ୍ତ, ଉପ ସଭାପତି ସୌମ୍ୟରଞ୍ଜନ ବାରିକ, ସମ୍ପାଦକ ଉଗ୍ରେସନ ମହାନ୍ତ, ଡ଼ିମ୍ପଲ ସାଣ୍ଡିଲ, ଦିଲ୍ଲୁ ସ୍ୱାମୀ, ପାର୍ବତୀ ଗୁଡ଼ିଆ, ରାଜେନ୍ଦ୍ର ନନ୍ଦ, ରଶ୍ମି ସିଦୁ, ପ୍ରିୟଙ୍କା ଗୋପ, ସଞ୍ଜୟ ସିଂହା, ସିତାରାମ ଦୀକ୍ଷିତ, ଅଜୟ ଜୋରା, ଶ୍ୟାମ ସୁନ୍ଦର ଓରାମଙ୍କ ସହ ଅନେକ ସାମ୍ବାଦିକ ଭାଇ ଓ ଭଉଣୀ ଉପସ୍ଥିତ ଥିଲେ ।