Odiapua.com

ଯୋଗ ସାଧକ ପ୍ରଶିକ୍ଷଣ ଶିବିର

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଐତିହାସିକ ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୨୫ ଦିନିଆ ଯୋଗ ସାଧକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଛି । ପତଞ୍ଜଳି ଯୋଗ ସମିତି ଓ ଭାରତ ସ୍ୱାଭିମାନ ଆନୁକୂଲ୍ୟରେ ଶିବିରକୁ ଆଗରପଡା ଥାନାଧିକାରୀ ରାଜେଶ କୁମାର ସେଠୀ ଉଦ୍‌ଘାଟନ କରି ପ୍ରତ୍ୟେହ ଯୋଗ ଶିକ୍ଷାକୁ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଯୋଗଗୁରୁ ତଥା ଭାରତ ସ୍ୱାଭିମାନର ଧରଣୀ ଧର କର ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଭାରତକୁ ବିଶ୍ୱଗୁରୁ ପାଇଁ ଘରେ ଘରେ ଯୋଗଶିକ୍ଷା ପହଚାଂଇବାରେ ଶିକ୍ଷକ ମାନେ ମୁଖ୍ୟ ଭୂମିକା ନିଭାଇବା ସହ ଆଗାମୀ ଦିନରେ ସେମାନଙ୍କୁ ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ ଗୁଡିକରେ ନିଯୁକ୍ତି ଦେବା ନେଇ ସୂଚନା ଦେଇଥିଲେ । ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ରାଧାକୃଷ୍ଣ ସ, ସମ୍ପାଦକ ଅଶୋକ ପରିଡା, ପ୍ରତାପ ସାହୁ, ଚିନ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ଲକର ବିଭିନ୍ନ ପଚାଂୟତରୁ ଆସିଥିବା ୪୫ ଜଣ ଯୋଗ ସାଧକ ମାନଙ୍କୁ ଶିକ୍ଷକତା ତାଲିମ୍ ପ୍ରଦାନ କରାଯାଇଥିଲା । ବୃନ୍ଦାବନ ବେହେରା ପ୍ରାଣାୟମ ଯୋଗଶିକ୍ଷା ପ୍ରଦାନ କରିଥିଲେ । କାଳନ୍ଦୀ ପାତ୍ର, ପର୍ଶୁରାମ ପୁହାଣ, ମଳୟ ରାଉଳ, ଆଶାରାଣି ମୁଦୁଲି, ଆରତୀ ପାଣିଗ୍ରାହୀ, କାଳନ୍ଦୀ ଦାସ, ସଞ୍ଜୟ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।