Odiapua.com

ଯୋଗ ମଣିଷର ଐଶ୍ୱରିକ ଶକ୍ତି ଜାଗ୍ରତ କରାଇଥାଏ

କେନ୍ଦ୍ରାପଡ଼ା, ୨୦ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଡଗରପଡାସ୍ଥିତ ତୈଲ୍ୟସାଇରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଯୋଗ ଶିବିରକୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ତଥା ପ୍ରଖୟାତ ମାର୍ଗଦର୍ଶିକା ସ୍ୱାଧୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରି କହିଥିଲେ ଯେ ଯୋଗାସନର ବହୁତ ଗୁଡିଏ ଉପକାରିତା ରହିଛି। ଏହା ମଣିଷକୁ ସୁସ୍ଥ, ନିରାମୟ ରଖିବା ସହିତ ଶରୀର ଭିତରେ ଥିବା ଐଶ୍ୱରିକ ଶକ୍ତିକୁ ଜାଗ୍ରତ କରାଇଥାଏ। ଏଥିସହିତ ଯୋଗ ପ୍ରତିଟି ମଣିଷକୁ ସରଳ ଓ ନିରାଡମ୍ବର ଜୀବନଯାପନ ପାଇଁ ପ୍ରେରିତ କରିବା ସହିତ ସମ୍ପୂର୍ଣ୍ଣ ନିରୋଗ ରଖିବାରେ ସହଯୋଗ କରିଥାଏ ଏବଂ ଈଶ୍ୱରଙ୍କ ନିକଟତର କରିଥାଏ ବୋଲି ଶ୍ରୀମା କହିଥିଲେ। ପରେ ଶାରିରୀକ ଗୁରୁମା ପାତଞ୍ଜଳୀ ଯୋଗକୁ ଲୋକଲୋଚକୁ ଆଣି ମଣିଷକୁ ନିରୋଗ ରଖିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ରେଭେନସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପିକା ସୁରେକ୍ଷା ସୁନ୍ଦରୀ ଦାସ ମଞ୍ଚ ପରିଚାଳନା କରିଥିଲେ।