Odiapua.com

ଯୋଗ୍ୟ କଳାକାରଙ୍କୁ ଭତା ପ୍ରଦାନ ଲାଗି ସଂଘ ପକ୍ଷରୁ ଦାବିପତ୍ର

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳାକାର ଭତା ଦାବି କରି ମା’ଭଦ୍ରକାଳୀ କଳାକାର ସଂଘ ତରଫରୁ ଏକ ଦାବିପତ୍ର ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍‌କାଙ୍କୁ ପ୍ରଦାନ କରାଯାଇଛି । ବହୁ ପୂର୍ବରୁ କଳାକାର ଭତା ପାଇଁ ଦକ୍ଷତା ପରୀକ୍ଷା ଦେଇ ୧୫୧୯ଜଣ ଚୟନ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୫୬୮ଜଣଙ୍କୁ ବରିଷ୍ଠତା ଭିତିରେ ଭତା ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ୯୫୧ଜଣ ଦକ୍ଷତା ପରୀକ୍ଷା ଦେଇ ଚୟନ ହୋଇ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏମାନେ ଅଦ୍ୟାବଧି ଭତାରୁ ବଂଚିତ ଅଛନ୍ତି । ପାରିବାରିକ ତଥା ଆର୍ଥିନ ଅନାଟନରେ ସଢୁଥିବା ଏହି କଳାକାର ମାନଙ୍କୁ ଶିଘ୍ର ଭତା ଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହାବ୍ୟତୀତ ଏହି ଅପେକ୍ଷାରତ କଳାକାରଙ୍କ ମଧ୍ୟରୁ ୬୪ଜଣ ଜାଲିଆତି କରି ଯୋଗ୍ୟ ବିବେଚିତ ହୋଇଥିବା ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲା କଳାକାର ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ କୁଳମଣି ବେହେରା, ଜୟନ୍ତ କୁମାର ନାୟକ, ତପନ କୁମାର ମିଶ୍ର,ନାରାୟଣ ବିନ୍ଧାଣୀ, ଉମାକାନ୍ତ ମାଝୀ ଓ ହେମନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।