Odiapua.com

ଯୋଗାଣ ବିଭାଗ ଖୁଚୁରା ବିକ୍ରେତା ନିଲମ୍ୱିତ

ଯାଜପୁର ୩୧-୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଧର୍ମଶାଳା ବ୍ଳ୍‌କ ଅଣ୍ଟିଆ ଗ୍ରାମ ପଞ୍ଚାୟତର ଅଣ୍ଟିଆ ଗ୍ରାମର ଯୋଗାଣ ବିଭାଗର ଖୁଚୁରା ବିକ୍ରେତା ଚକ୍ରଧର ବଳଙ୍କୁ ଉପଜିଲ୍ଲାପାଳ ତଥା ସନନ୍ଦ ପ୍ରାଧିକାରୀ ନାରାୟଣ ଚନ୍ଦ୍ର ଧଳ ନିଲମ୍ୱନ କରିଚ୍ଥନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ନିର୍ଦ୍ଦେଶ, ୨୦୧୬ର ଧାରା ୧୦କୁ ଉଲଙ୍ଘନ କରିଥିବାରୁ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଣ୍ଟିଆ ଗ୍ରାମରେ ଖୁଚୁରା ସାମଗ୍ରୀ ପ୍ରଦାନରେ ଅନିୟମିତତା ହେବା ସଂପର୍କରେ ଅଭିଯୋଗ ମିଳିବା ପରେ ଜିଲ୍ଲା ଯୋଗାଣ ବିଭାଗର ଏକ ତ୍ୱରିତ ବାହିନୀ ଏହାର ତଦନ୍ତ କରି ସତ୍ୟତା ଅନୁଭବ କରି ରିପୋର୍ଟ କରିଥିଲେ। ଏହି ଅନିୟମିତତା ମଧ୍ୟରେ ଖାଉଟିଙ୍କୁ କମ୍ ଓଜନ ଦ୍ରବ୍ୟ ପ୍ରଦାନ, ଦୁର୍ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ଅନିୟମିତତା ସଂପର୍କରେ ସନ୍ତୋଷଜନକ କୈପିଂୟତ ପତ୍ର ପ୍ରାପ୍ତିର ୭ ଦିନ ମଧ୍ୟରେ ପ୍ରଦାନ ପାଇଁ ଶ୍ରୀ ବଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟଥା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବଳଙ୍କୁ ସତର୍କ କରାଇ ଦେଇଚ୍ଥନ୍ତି।