Odiapua.com

ଯୋଗାଣ ନିରୀକ୍ଷକଙ୍କୁ ଆକ୍ରମଣ ଘଟଣା, ତିହିଡ଼ି ବ୍ଲକ ରିଟେଲର ସଂଘ ପକ୍ଷରୁ ନିନ୍ଦା ଓ କାର୍ଯ୍ୟାନୁଷ୍ଠାନ ଦାବି

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଓ ବାସୁଦେବପୁର ବ୍ଲକର କର୍ତ୍ତବ୍ୟନିଷ୍ଠ ଦକ୍ଷ ଯୋଗାଣ ନିରୀକ୍ଷକ ଅଜୟ କୁମାର ଦାସଙ୍କୁ ସୋମବାର ଆକ୍ରମଣ କରାଯାଇଥିଲା । ଏହି ଘଟଣାକୁ ତିହିଡ଼ି ବ୍ଲକ ରିଟେଲର ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଛି । ଯୋଗାଣ ନିରୀକ୍ଷକ ଶ୍ରୀ ଦାସ ଦୁଇଟି ବ୍ଲକ ତିହିଡି ଏବଂ ବାସୁଦେବପୁର ସହିତ ବାସୁଦେବପୁର ମୁନିସିପାଲିଟିର ଯୋଗାଣ ସାମଗ୍ରୀ ବଣ୍ଟନ ଦାୟିତ୍ୱକୁ ସୂଚାରୁ ରୁପେ ସମ୍ପାଦନ କରୁଛନ୍ତି । ସୋମବାର ବାସୁଦେବପୁର ବ୍ଲକ ଅନ୍ତର୍ଗତ କରଞ୍ଜଆଡିଆ ପଞ୍ଚାୟତର କିଛି ମହିଳା ଓ ପୁରଷ ହିତାଧିକାରୀମାନେ ଯୋଗାଣ ନିରୀକ୍ଷକ ଶ୍ରୀ ଦାସଙ୍କୁ ଆକ୍ରମଣ ସହିତ ଅଶାଳୀନ ବ୍ୟବହାର, ଗାଳିଗୁଲଜ କରିଥିଲେ । ରିଟେଲର ସଂଘ ପକ୍ଷରୁ ସଭାପତି ରବିନ୍ଦ୍ର ମହାକୁଳ, ସମ୍ପାଦକ କୈଳାସ ବେହେରା, ରିଟେଲର ଗୟାଧର ବାରିକ, ଚକ୍ରଧର ଲେଙ୍କା, ଶରତ କବି, ଲକ୍ଷ୍ମୀକାନ୍ତ ନାୟକ, ଜିତେନ୍ଦ୍ର ବେହେରା, ବାସ୍ତବ ପଣ୍ଡା, ସୁଦାମ ଦାସ, ବିଜୟ ବ୍ରହ୍ମ, ଅନାମ କୁଆଁର, ସୁବାସ ଦାସ, ନକୁଳ ରାଉତ, ବ୍ରହ୍ମାନନ୍ଦ ମହାପାତ୍ର, ବାବୁଲି ଭଞ୍ଜ, ବାପୁଜୀ ରାଉତ, ବିଶ୍ୱନାଥ ପୃଷ୍ଟି, ସତ୍ୟାନନ୍ଦ ରାଉତ, ରଙ୍ଗାଧର ଦାସ, ମୁରଲୀ ମାଝୀ, ଭାଗିରଥି ବେହେରା ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିଛନ୍ତି ।