Odiapua.com

ଯୁୂବତୀଙ୍କୁ ମାଡ ଘଟଣାରେ ଜଣେ ଗିରଫ

ହାଟଡ଼ିହି, ୧୫ ।୫: (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ କ୍ଷେତୁଆଳି ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ଯୁବତୀକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ମାସେ ବିତି ଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉ ନଥିବା ପ୍ରତିବାଦରେ ମହିଳାମାନେ ଥାନା ଘେରାଉ କରିବାପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଖବରରୁ ଜଣାଯାଇଛି ଯେ କ୍ଷେତୁଆଳି ଗ୍ରାମର ଇନ୍ଦ୍ରମଣି ଜେନା ଓ ଅଲେଖ ଯେନାଙ୍କ ପରିବାର ଭିତରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା । ଗତ ଏପ୍ରିଲମାସ ୧୦ତାରିଖ ଦିନ ଏହାକୁନେଇ ଅଲେଖଙ୍କ ପରିବାରର ଲୋକମାନେ ଇନ୍ଦ୍ରମଣୀଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଏପରିକି ଇନ୍ଦ୍ରମଣୀ ଯେନାଙ୍କ ଝିଅ ମାଳତୀକୁ ଟେକି ଫୋପାଡି ଦେବାରୁ ସେ ଏକ ଗାତରେ ପଡିଯାଇ ଗୁରୁତର ହୋଇଥିଲେ । ଏନେଇ ଇନ୍ଦ୍ରମଣୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବାପରେ ପୁଲିସ ଜଗନ୍ନାଥ ଯେନା, ବଳରାମ ଯେନା, ନାରାୟଣ ଯେନା, ବ୍ରହ୍ମାନନ୍ଦ ଯେନା, ପ୍ରେମାନନ୍ଦ ଯେନା, ପ୍ରମୋଦ ଯେନା, ପ୍ରବିଣା ଯେନାଙ୍କ ସମେତ ୧୩ଜଣଙ୍କ ନାମରେ ମାମଲା ରୁଜୁକରି ଥିଲେବି ଅଭିଯୁକ୍ତଙ୍କୁ ଗିରଫ କରୁନଥିଲା । ଏନେଇ ମହିଳାଙ୍କ ପକ୍ଷରୁ ଥାନା ଘେରାଉ ହେବାପରେ ପୁଲିସ ତତ୍ପରତା ପ୍ରକାଶ କରି ଜଗନ୍ନାଥ ଯେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।