Odiapua.com

ଯୁବ ସାମ୍ବାଦିକ କିଶୋରଙ୍କ ଅକାଳ ବିୟୋଗରେ ରଣପୁରରେ ଶୋକସଭା

ରଣପୁର ୧୦/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ମଣିନାଗ ପୀଠରେ ନୟାଗଡ ର ଯୁବ ସାମ୍ବାଦିକ ୰ କିଶୋର ମହାପାତ୍ର ଙ୍କ ଅକାଳ ବିୟୋଗରେ ରଣପୁର ସାମ୍ବାଦିକ ମାନଙ୍କ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଯୁବ ସାମ୍ବାଦିକ କିଶୋର ବହୁଦିନ ହେଲା ବିଭିନ୍ନ ଛାପା ଗଣମାଧ୍ୟମ ଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମର ନୟାଗଡ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟକରି ଆସୁଥିଲେ। ତାଙ୍କ ମତିଷ୍କରେ ଅତ୍ୟଧିକ ରକ୍ତଚାପ ଯୋଗୁଁ ସେ ଭୁବନେଶ୍ୱର ଏମସ୍ ରେ ୪ ଦିନହେଲା ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟର ର ଆବଶ୍ୟକ ପଡିବାରୁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗତ ସେପ୍ଟେମ୍ବର ୯ ତାରିଖ ରାତ୍ରିରେ ତାଙ୍କର ଅକାଳ ବିୟୋଗ ଘଟିବାରୁ ଜନ୍ମସ୍ଥାନ ନୟାଗଡ କୁ ନିଆଯାଇ ପାର୍ଥିବ ଶରୀରକୁ ସଂସ୍କାର କରାଯାଇଥିବା ଜଣାପଡ଼ିଛି। ତାଙ୍କ ଶବାଧାରରେ ନୟାଗଡ ଜିଲ୍ଲା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ର ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ସମ୍ପାଦକ ଗୋପାଳଚନ୍ଦ୍ର ବିଶ୍ୱାଳ ଙ୍କ ସହ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ଅପରାହ୍ନରେ ଶ୍ରୀ ଆଚାର୍ଯ୍ୟ ଙ୍କ ଡାକରାରେ ରଣପୁର ର ସମସ୍ତ ସାମ୍ବାଦିକ ମା ମଣିନାଗ ପୀଠରେ ଏକ ଶୋକ ସଭା କରିବା ସହ ଅମରାତ୍ମା ର ସଦଗତି କାମନା କରିଥିଲେ। ରଣପୁର ପ୍ରେସ କ୍ଲବର ସଭାପତି ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ସମ୍ପାଦକ ବ୍ରଜ ରଣସିଂ, ରଘୁନାଥ ନାୟକ, କୃଷ୍ଣଚନ୍ଦ୍ର ଦାଶ ଆଦି ଯୋଗଦେଇ ଯୁବ ସାମ୍ବାଦିକ କିଶୋର ଙ୍କ ବିୟୋଗରେ ନୟାଗଡ ଜିଲ୍ଲା ସାମ୍ବାଦିକ ମହଲର ପ୍ରଭୁତ କ୍ଷତି ଘଟିଲା ବୋଲି କହିଥିଲେ। ଏହି ଦୁଃଖ ସମୟରେ ଭଗବାନ ତାଙ୍କ ପରିବାର କୁ ଧର୍ଯ୍ୟ ଓ ସାହାସ ଦେବା ପାଇଁ ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଞ୍ଜନ ପ୍ରାର୍ଥନା କରିଥିଲେ।