Odiapua.com

ଯୁବ ସମାଜ ଭିତରେ ଦେଶ ଭକ୍ତି ଜାଗ୍ରତ କରିବା ପାଇଁ ଚାଲିବ ଅଭିଯାନ -ମୋହନ ଭାଗବତ

ଭୁବନେଶ୍ୱର/ମୁଜାଫରପୁର;୧୦,ପ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ବିହାରର ମୁଜଫରପୁର ଅନ୍ତର୍ଗତ ସଦାତପୁର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଏକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ସର ସଙ୍ଘଚାଳକ ମୋହନ ଭାଗବତ କହିଛନ୍ତି ଯୁବ ସମାଜ ଭିତରେ ଦେଶଭକ୍ତି ଭାବନା ଜାଗ୍ରତ କରାଯିବା ପାଇଁ ଆରମ୍ଭ ହେବ ଅଭିଯାନ।ବିହାର ସମେତ ଝାରଖଣ୍ଡ କାର୍ଯ୍ୟକର୍ତ୍ତା ମାନଙ୍କର ଏହି ଚିନ୍ତନ ବୈଠକରେ ଯୁବ ସମାଜ ମଧ୍ୟରେ ଚରିତ୍ର ନିର୍ମାଣ ସମେତ ଦେଶଭକ୍ତି ଭାବନା ଜାଗ୍ରତ କରିବା ଉପରେ ଗୁରୁତ୍ୱ ଆରୋପ କରା ଯାଇଥିଲା।ଏହା ସହ ଗାଁ ମାନଙ୍କରେ ସଙ୍ଘର ପ୍ରଚାର ପ୍ରସାର ବୃଦ୍ଧି ନିମନ୍ତେ ନିଷ୍ପତି ନିଆ ଯାଇଥିଲା।ସମାଜରୁ ଜାତି ଭେଦ ଭାବନା ଦୂର କରି ରାଷ୍ଟ୍ରପ୍ରେମ ଭାବନା ଜାଗ୍ରତ କରିବାକୁ ସ୍ୱୟଂ ସେବକ ମାନଙ୍କୁ ଭାଗବତ ଆହ୍ୱାନ କରିଥିଲେ।