ଜଗତସିଂହପୁର, ୨୨ା୧୨ (ଓଡିଆ ପୁଅ/ନୃସିଂହ ଚରଣ ବାରିକ) ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ସଙ୍ଖେସର ଗ୍ରାମର ଯୁବ ସମାଜସେବୀ ତଥା ଆଧ୍ୟାତ୍ମିକବାଦୀ ଆଞ୍ଚଳିକ ଜନକଲ୍ୟାଣ ସମିତିର ସଭାପତି ବିଜୟ କୁମାର ବିଶ୍ୱାଳ ବଦାନ୍ୟତା ଦେଖାଇ ସ୍ଥାନୀୟ ଅଞ୍ଚଲର ୮୦ରୁ ଅଧିକ ବୃଦ୍ଧ ବୃଦ୍ଧାଙ୍କୁ ତୀର୍ଥ ଦର୍ଶନରେ ନେଇ ପୂରୀ ଶ୍ରୀ ଜଗନ୍ନାଥ, ଲିଙ୍ଗରାଜ ପ୍ରଭୃତି ତୀର୍ଥ ସ୍ଥାନ ଭ୍ରମଣ କରାଇଛନ୍ତି। ଓଡିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ କେବେବି ଦର୍ଶନ କରିନଥିବା ଏହି ବୃଦ୍ଧ ବୃଦ୍ଧାଙ୍କୁ ନିଜ ଉଦ୍ୟମରେ ଦର୍ଶନ କରାଇ ସ୍ଥାନୀୟ ଅଞ୍ଚଳରେ ପ୍ରଂଶସାର ପାତ୍ର ହୋଇଛନ୍ତି। ତାଙ୍କ ସହ ଏଥିରେ ଅଶୋକ ମହାପାତ୍ର, କ୍ଷୀରୋଦ ପରିଜା, ରମେଶ ଚନ୍ଦ୍ର ସାହୁ, ମୀନକେତନ ଦାସ, ଜ୍ଞାନେନ୍ଦ୍ର କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ। ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ତାଙ୍କର ବ୍ୟବସାୟିକ ପ୍ରତିଷ୍ଠାନ କୁବେର ଅପଟିକାଲର ପରିଚାଳନା କରିବା ସହିତ ଅବସର ସମୟରେ ଆଧ୍ୟାତ୍ମିକ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରନ୍ତି। ନିକଟରେ ଶିଶୁ ଅନନ୍ତ ଆଶ୍ରମରେ ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରରେ ସେ ବହୁ ରୋଗୀଙ୍କୁ ମାଗଣାରେ ଚଷମା ପ୍ରଦାନ କରିଥିଲେ।