Odiapua.com

ଯୁବ ସମାଜସେବୀଙ୍କ ପରଲୋକ

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଭାଟପଡ଼ା ପଞ୍ଚାୟତ ଅଧୀନ ତିହିଡ଼ି ଗ୍ରାମର ଶିବ ପ୍ରସାଦ କର (୪୨)ଙ୍କର ଶୁକ୍ରବାର ସନ୍ଧ୍ୟା ସମୟରେ ପରଲୋକ ହୋଇ ଯାଇଛି । ସେ ଗତ କିଛିଦିନ ଧରି କିଡ୍‌ନୀ ଜନିତ ରୋଗରେ ପିଡ଼ିତ ଥାଇ ଭଦ୍ରକର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସେ ଜଣେ ଯୁବ ସମାଜସେବୀ ଭାବେ ତିହିଡ଼ି ଅଞ୍ଚଳରେ ପରିଚୟ ସୃଷ୍ଟି କରିଥିଲେ । ସେ ଜଣେ ଅନୁଷ୍ଠାନ ପ୍ରେମୀ, ଦୟାଳୁ, ପରୋପକାରୀ, ସ୍ନେହୀ, ମିଷ୍ଟଭାଷୀ ଯୁବକ ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀରକୁ ତିହିଡ଼ି ସ୍ଥିତ ବାସଭବନକୁ ଅଣାଯାଇ ରାତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମୃତ୍ୟୁ ଖବର ପାଇବା ପରେ ଭାଟପଡ଼ା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ସମାଜସେବୀ ସୀତାକାନ୍ତ ନାୟକ, ବିଷ୍ଣୁଚନ୍ଦ୍ର ଦାଶ, କୈଳାସ ବେହେରା, ନୀଳମାଧବ ସେନାପତି, ଶରତ କର, ଅଶୋକ କର, ବସନ୍ତ ବେହେରା, ହରିଶ୍ଚନ୍ଦ୍ର ନାୟକ, ନିହାର ରଂଜନ ନାୟକ, ତାରାକାନ୍ତ ଜେନା, ଲକ୍ଷ୍ମୀଧର କର, ନିରଂଜନ କର, ଚନ୍ଦ୍ରକାନ୍ତ ହାତୀ, ମୃତ୍ୟୁଞ୍ଜୟ ନାୟକ, ରାଜେଶ ନାୟକ, ବିବେକାନନ୍ଦ ନାୟକ, ଦୟାନିଧି ସାହୁ, ଅଲେଖ ବଳ ପ୍ରମୁଖ ଯୁବଗୋଷ୍ଠୀ ଓ ଗ୍ରାମବାସୀମାନେ ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ସମାଜସେବୀ ସଚିକାନ୍ତ ନାୟକ, ସାମ୍ବାଦିକ ପ୍ରଭାତ ରାଉଳ, ପାର୍ଥସାରଥି ନାୟକ, ମହେନ୍ଦ୍ର ଓଝା, ରମାକାନ୍ତ ନାଥ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।