Odiapua.com

ଯୁବ ରେଡକ୍ରସ ତରଫରୁ ଜାତୀୟ ୱେବିନାର

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ଚରମ୍ପା ମହାବିଦ୍ରାଳୟର ଯୁବ ରେଡକ୍ରସ ବିଭାଗ ଆନୁକୁଲ୍ୟରେ ଏକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବ୍ରଜକିଶୋର ବଳ ସଭାପତିତ୍ୱ କରିଥିଲେ । ଯୁବ ରେଡକ୍ରସ ଉପଦେଷ୍ଟା ଡ. ସୁକାନ୍ତି ମହାପାତ୍ର ସମସ୍ତଙ୍କୁ ଅଭିବାଦନ ଓ ସ୍ୱାଗତ କରିଥିଲେ । ଅନ୍ୟତମ ଉପଦେଷ୍ଟା ପ୍ରାଧ୍ୟାପିକା ବାସନ୍ତୀ ଲତା ନାୟକ ବିବେକାନନ୍ଦ ଜୟନ୍ତୀ ଉପରେ ଗୁରୁତ୍ୱାରୋପ କରି ତାଙ୍କ ଜୀବନାଦର୍ଶର ଆଲୋକପାତ କରିଥିଲେ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡ. ରଜତ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବରେ ‘ସ୍ୱାମୀ ବିବେକାନନ୍ଦଙ୍କ କ୍ରମ ବର୍ଦ୍ଧମାନ ପ୍ରାସଙ୍ଗିକତା’ ଉପରେ ବିଶେଷ ଆଲୋଚନା କରିଥିଲେ । ଚରମ୍ପା କଲେଜ, ଭଦ୍ରକ କଲେଜ, କାଜି ନଜରୁଲ ବିଶ୍ୱିଦ୍ୟାଳୟ ପଶ୍ଚିମବଙ୍ଗର ଛାତ୍ରଛାତ୍ରୀମାନେ ସେମାନଙ୍କ କବିତା, ସଂଗୀତ ଏବଂ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନେକ ପ୍ରତିଷ୍ଠିତ କବିମାନେ ମଧ୍ୟ ସ୍ୱରଚିତ କବିତା ଆବୃତି କରିଥିଲେ । ସେମାନଙ୍କ ମଧ୍ୟରେ କବୟିତ୍ରୀ ଡ. ପ୍ରଭାତ ନଳିନୀ ମହାପାତ୍ର, ସୁଜିତ ପଣ୍ଡା, ଗିରୀଶ ଷଡଙ୍ଗୀ, ବିଶାଖା ସିଂହାଣିଆ, ଅସୀମା ତ୍ରିପାଠି, ମୋନାଲିସା ସାହୁ, ବର୍ଷାରାଣୀ ନାୟକ, ନିକିତା ପଣ୍ଡା, ଇପ୍‌ସିତା ମିଶ୍ର, ଜୟଶ୍ରୀ ନାୟକ, ରୀନା ପର୍‌ବିନ, ସ୍ମୃତିସନ୍ଧ୍ୟା ନାୟକ, ନାଜିଆ କାଦ୍ରି, ସୁଦୀପ୍ତା ନାୟକ ପ୍ରମୁଖ ସାମିଲ ଥିଲେ । ୟୁଜିସି ନିର୍ଦ୍ଦେଶାନୁଯାୟୀ ଅନ୍‌ଲାଇନ ଯୋଗେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯୁବ ରେଡକ୍ରସ ଉପଦେଷ୍ଟା ସମାଜ ବିଜ୍ଞାନ ଅଧ୍ୟାପକ ବିଶ୍ୱରଂଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।