Odiapua.com

ଯୁବ ନେତୃତ୍ୱଙ୍କ ବିଜେପିରେ ଯୋଗଦାନ

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅଞ୍ଚଳର ଜଣାଶୁଣା ଯୁବନେତା ତଥା ଛାତ୍ର ସଂଗଠକ ଦେବବ୍ରତ ଦାସ ନିଜର ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ବିଜେପି ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସୋସିଆଲ ମିଡିଆ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲା ପ୍ରଭାରୀ ପ୍ରବୀର ଶଙ୍କର ଦାଶ, ବାପୁଲା ମହାପାତ୍ରଙ୍କ ଉପସ୍ଥିତିରେ ଶ୍ରୀ ଦାସ ବିଜେପିରେ ଯୋଗ ଦେଇଛନ୍ତି । ଛାତ୍ର ରାଜନୀତିରେ ସକ୍ରିୟ ଦେବବ୍ରତ ସର୍ବଦା ଯୁବ-ଛାତ୍ରଙ୍କ ସ୍ୱାର୍ଥ ରକ୍ଷା ପାଇଁ ସ୍ୱର ଉଠାଇ ଆସିଛନ୍ତି । ଭଦ୍ରକ କଲେଜର ପୂର୍ବତନ ସାଂସ୍କୃତିକ ସମ୍ପାଦକ ତଥା ଚରମ୍ପା କଲେଜର ପୂର୍ବ ସାଧାରଣ ସମ୍ପାଦକ ଭାବରେ ଦେବବ୍ରତଙ୍କର ସ୍ୱତନ୍ତ୍ର ପରିଚୟ ରହି ଆସିଛି । ଦେବବ୍ରତଙ୍କ ସହ ତିହିଡ଼ି ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଯୁବନେତା ଦୀପକ ନାଥ (ଟୁକୁନା) ବିଜୁ ଜନତା ଦଳ ତ୍ୟାଗ କରି ନିଜର ସମର୍ଥକମାନଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶ ତଥା ମନମୋହନ ସାମଲ ଓ ବିଷ୍ଣୁ ସେଠୀଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେପିରେ ଯୋଗ ଦେଇଛନ୍ତି ବୋଲି ବିବୃତିରେ ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ଅବସରରେ ଭଦ୍ରକ ଅଞ୍ଚଳର ଯୁବନେତୃତ୍ୱ ଅବିନାଶ ଦାସ, ସାତ୍ୱିକ ଦେବୀବ୍ରତ, ସୌମ୍ୟ ମହାକୁଡ, ଜୀବନ ବେହେରା, ଆଶୁତୋଷ ଶର୍ମା, ଅତ୍ମଜିତ ମହାନ୍ତି, ଗୌରାଙ୍ଗ ନାୟକ, ସ୍ୱପ୍ନାଂଶୁ ଗିରି, ଅମ୍ଳାନ ନାୟକ, ଆଶୀର୍ବାଦ ବେହେରା, ବିଜୟ ନାୟକ, ପ୍ରତ୍ୟୁଷ ବରାଳ, ଅଭିଷେକ ମହାନ୍ତିି (ଲିପୁ) ତୁଷାରକାନ୍ତ ଜେନା, ଆଲୋକ ବେହେରା, ମୁକେଶ ବାରିକ, ପ୍ରତୀକ ସାହୁ, ସୂରଜ ଦାସ, ସୁଦୀପ୍ତ ମହାକୁଡ, ନିହାର ରଂଜନ, ମନୋଜ ରଣା, ତନ୍ମୟ ପଣ୍ଡା, ମାନସ ବେହେରା, ବିଭୁତି ବେହେରା, ରାଜେଶ ବେହେରା, ରବିନାରାୟଣ ମହାରଣା, ସନ୍ତୋଷ ମହାରଣା, ସୋଲେମାନ ଖାନ ପ୍ରମୁଖ ଆନୁଷ୍ଠାନିକକ ଭାବରେ ବିଜେପିରେ ଯୋଗ ଦେଇଥିଲେ । ଜିଲ୍ଲା ଯୁବ ବିଜେପି ସଭାପତି ସୁରେଶ ସାମଲ, ଯୁବ ସଂଗଠକ ଦେବାଂଶୁ ରାଉତ, ସୁଧୀର ଦ୍ୱିବେଦୀ, କେଶବ ବେହେରା ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।