Odiapua.com

ଯୁବ ଗୋଷ୍ଠୀଙ୍କୁ ଆତ୍ମନିର୍ଭର ଭାରତର ମଙ୍ଗ ଧରିବାକୁ ପଡିବ: ନବୀନ ଜିନ୍ଦଲ

ଯୋଡା, ୧୬/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସପିଏଲ୍‌)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଯୁବ ପିଢୀଙ୍କୁ ଆଗକୁ ଆସି ଆତ୍ମ ନିର୍ଭର ଭାରତ ଅଭିଯାନର ମଙ୍ଗ ଧରିବାକୁ ଆହ୍ୱାନ ଦେଇଛନ୍ତି । ଜେଏସପିଏଲ୍‌ର ଦେଓଝରସ୍ଥିତ ୯ ମିଲିୟନ ଟନ୍ ପେଲେଟ ପ୍ଲାଣ୍ଟରେ ୭୪ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଉପସ୍ଥିତ ହୋଇ ସେ ତାଙ୍କର ବକ୍ତବ୍ୟରେ ଏହା କହିଛନ୍ତି । ଶ୍ରୀ ଜିନ୍ଦଲ ତାଙ୍କର ଅଭିଭାଷଣରେ କହିଥିଲେ ଯେ, ଆମ ଦେଶରେ ଯୁବ ପିଢୀଙ୍କ ଠାରେ ଅଦ୍ୟମ ସାହସ, ଧର୍ଯ୍ୟ ଓ ଇଚ୍ଛା ଶକ୍ତି ରହିଛି । ଆତ୍ମ ନିର୍ଭର ଭାରତ ଅଭିଯାନକୁ ଆହୁରି ମଜବୁତ କରିବା ପାଇଁ ଏହି ଯୁବ ଗୋଷ୍ଠୀଙ୍କୁ ଜଣେ ଜଣେ ଉଦୈାଗୀ ଭାବେ ଏକ ସଫଳ ଭାରତ ନିର୍ମାଣ ଗଠନରେ ସହାୟକ ହେବାକୁ ପଡିବ । ଏହି ପରିପେକ୍ଷୀରେ ସେ ଜେଏସପିଏଲର ଆତ୍ମନିର୍ଭର ଭାରତକୁ ଅବଦାନ ସମ୍ପର୍କରେ କହିଲେ ଯେ, ଭାରତ ପ୍ରଥମ ଏବଂ ଏକମାତ୍ର ୧୦୮୦ ‘ହେଡ ହାର୍ଡୱେଣ୍ଡ’ ମାନର ରେଳ ପ୍ରସ୍ତତକାରି କମ୍ପାନୀ ଭାବେ ଜେଏସପିଏଲ ପକ୍ଷରୁ ରେଳ ବିକାଶ ନିଗମକୁ ଉପରୋକ୍ତ ମାନର ଉନ୍ନତ ରେଳ ଯୋଗାଣ ଆରମ୍ଭ କରିଛି । ଭାରତରେ ଦ୍ରୁତ ଗତି ଟ୍ରେନ ଚଳାଚଳ କରୁଥିବା ଟ୍ରାକ ପାଇଁ ପୂର୍ବରୁ ଏହି ମାନର ରେଳ ଜାପାନ ଓ ୟୁରୋପର ବିଭିନ୍ନ ରାଷ୍ଟ୍ରରୁ ଆମଦାନି କରାଯାଉଥିଲା । ତେବେ ଏହା ଜେଏସପିଏଲ ପକ୍ଷରୁ ରେଳ ବିଭାଗକୁ ଯୋଗାଇଦିଆଯାଇପାରିବ ବୋଲି ସେ କହିଥିଲେ । ଏହି ଉତ୍ସବରେ କରୋନା ଭୁତାଣୁର ବିସ୍ତାର ପ୍ରତିହତ କରିବା ଦିଗରେ ବଡବିଲ ପ୍ଲାଣ୍ଟର ପଦକ୍ଷେପକୁ ପ୍ରଶଂସା କରିବା ସହିତ କମ୍ପାନୀରେ କାର୍ଯ୍ୟରତ ୨୦ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଥିଲା । କରୋନା କଟକଣା ଯୋଗୁଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଅନ୍ୟାନ୍ୟ କର୍ମଚାରୀମାନଙ୍କ ସମେତ ବଡବିଲ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ସୁରେଶା ଜୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।