Odiapua.com

ଯୁବ କଂଗ୍ରେସର ଦାବୀ ପୂରଣ ହେଲା : ଡିଏଚ୍‌ଏଚ୍‌ରେ ଲାଗିଲା ସିସି କ୍ୟାମେରା

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡିଏଚ୍‌ଏଚ୍‌ରେ ସିସି କ୍ୟାମେରା ଲାଗିଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ସହିତ ମେଡିକାଲ ୱାର୍ଡରୁ ମୋବାଇଲ ଚୋରି, ମେଡିକାଲ ପରିସରରୁ ବାଇକ୍ ଚୋରି ନିତିଦିନିଆ ଘଟଣା ହୋଇଥିଲା । ଏହାକୁ ନଜରରେ ରଖି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଥିଲା । ଯୁବନେତା ହେମନ୍ତ ମହାପାତ୍ର ଏ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ମେଡିକାଲ ପରିସରରେ କ୍ଲୋଜ ସର୍କିଟ କ୍ୟାମେରା ନ ଲଗାଇଲେ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ । ପ୍ରଶାସନ ଏଥିରେ ସହଯୋଗ ପ୍ରକଟ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ପର୍ଯ୍ୟାୟରେ ୨୩ଟି କ୍ୟାମେରା ଲଗାଇଛି । ଏ ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର ଯୁବନେତା ହେମନ୍ତ ମହାପାତ୍ର, ରାଜେଶ କୁମାର ଦାସ, ସନ୍ତୋଷ ଖୁଣ୍ଟିଆ, ସୌମ୍ୟ ରଂଜନ ବାରିକ, ଅମ୍ଳାନ ମହାନ୍ତି ପ୍ରମୁଖ ଯୁବ କଂଗ୍ରେସ ନେତାଙ୍କୁ ଡକାଇ କ୍ୟାମେରା ଲାଗିଥିବା ସମ୍ପର୍କରେ ଅବଗତ କରାଇଛନ୍ତି । ଯାହାକୁ ସର୍ବ ସାଧାରଣରେ ସ୍ୱାଗତ କରାଯାଇଛି ।