Odiapua.com

“ଯୁବ ଓଡ଼ିଶା, ନବୀନ ଓଡ଼ିଶା” ଭଦ୍ରକ ମହିଳା ମହାବିଦ୍ୟାଳୟରେ ପାଳିତ, ପଥପ୍ରାନ୍ତ ନାଟକ ମାଧ୍ୟମରେ କନ୍ୟା ଶିକ୍ଷା ପରିବେଷଣ

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ‘କନ୍ୟା ଶିକ୍ଷା ଏବଂ ଅଧିକାର’ ସଂପର୍କୀତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଇ.ୱାଇ.ଡ଼ି.ପି.ର ଏହି ସାମାଜିକ କାର୍ଯ୍ୟକ୍ରମଟିକୁ କଲେଜର ବରିଷ୍ଠ ଆଧ୍ୟାପିକା ତଥା ପ୍ରଶାସନିକ ମୁଖ୍ୟ ଅନିତା ଦଳାଇ ଉଦ୍‌ଘାଟନ କରିଥିଲେ । ସେହିପରି ମହାବିଦ୍ୟାଳୟର ଆଲୁମିନି ଏସୋସିଏସନ୍‌ର ସଭାପତି ସବିତା ନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରୀମାନଙ୍କୁ ପ୍ରଭାବଶାଳୀ ବକ୍ତୃତାରେ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଡ଼. ଶୁଭଶ୍ରୀ ବେହେରା ଏହି ଶୋଭାଯାତ୍ରାଟିକୁ ପରିଚାଳନା କରିଥିଲେ । ସାମାଜିକ କାର୍ଯ୍ୟକ୍ରମରେ ଅନ୍ୟ ସଦସ୍ୟା ଅନିତା ପୁରତି, ସୌଦାମିନୀ ରାଉତ, ଇପ୍‌ସିତା ବିଶ୍ୱାଳ, ସଂଗୀତା ଦାସ ଇତ୍ୟାଦି ଅଂଶଗ୍ରହଣ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରୀମାନେ ମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଭଦ୍ରକ ସହର ପରିକ୍ରମା କରିଥିଲେ । ଶେଷରେ ବଙ୍କସାହି ନିକଟରେ ଛାତ୍ରୀମାନେ କନ୍ୟାଶିକ୍ଷା ଉପରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରି ଗ୍ରାମବାସୀମାନଙ୍କୁ ସଚେତନ କରାଇଥିଲେ । ଏହା ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।