Odiapua.com

ଯୁବ ଆଇନଜୀବୀ ବାସୁଦେବ କୁଅଁରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଯୁବ ଆଇନଜୀବୀ ବାସୁଦେବ କୁଅଁରଙ୍କ ବିୟୋଗରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ଓକିଲସଂଘ ସଭାଗୃହ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସଭାପତି ଦିଲ୍ଲିପ୍ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, ଯତିକାନ୍ତ ନାୟକ, ପଶୁରାମ ଦ୍ୱିବେଦୀ, ବସନ୍ତ ଦାସ, ଦିବ୍ୟସିଂହ ନାୟକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିଜନ ଜେନା, ଓକିଲ ସଂଘର ପୂର୍ବତନ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ସଂଘର ଉପସଭାପତି କରୁଣାକର ଦାସ, ଗଦାଧର ବଳ, ନିରାକାର ବାରିକ, ଶୁଶାନ୍ତ ଜେନା, ଯୁଗ୍ମ ସଂପାଦକ ନିକୁଞ୍ଜ ପୁହାଣ, ଅଭୟ ସେଠୀ, ଅଶୋକ ନାୟକ, କୋଷାଧ୍ୟକ୍ଷ ସୁରେନ୍ଦ୍ର କର, ପ୍ରତାପ ଜେନା, କିଶୋର ବଳ, ସଞ୍ଜୟ ସାହୁ, ସଂଗ୍ରାମ ଜେନା, ଏସ୍ କେ ସାହାଜାନ୍‌, ସଂଗ୍ରାମ ନାୟକ, ଦାମୋଦର ପଣ୍ଡା, ଗଣେଷ ଦାସ ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀମାନେ ସ୍ୱର୍ଗତ କୁଆଁରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଦୁଇମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ଆଇନ୍‌ଜୀବୀ ଶ୍ରୀ କୁଅଁର ମୋଟର ଦୁର୍ଘଟଣା କ୍ଷତିପୂରଣ ମାମଲାରେ ଜଣେ ଦକ୍ଷ ଆଇନ୍‌ଜୀବୀ ଥିଲେ । ଗତ କିଛିବର୍ଷ ତଳେ ସେ ଏକ ଦୂରାରୋଗ୍ୟରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଆସୁଥିଲେ । ତାଙ୍କର ବିୟୋଗ ଆଇନ୍‌ଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି ଏବଂ ତାଙ୍କର ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ତିହିଡ଼ି ଥାନ୍ତା ଅନ୍ତର୍ଗତ କୁବେରା ଗ୍ରାମରେ । ତାଙ୍କ ବିୟୋଗରେ ଆଇନ୍‌ଜୀବୀମାନଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।