Odiapua.com

ଯୁବଯାଦବ ଓ କୋଲକତା ଯାଦବ ମହାସଭା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଯୁବ ଯାଦବ ମହାସଭା ଓ କୋଲକତା ଯାଦବ ମହସଭା ପକ୍ଷରୁ ବାସୁଦେବପୁର ବ୍ଲକର ୩ଟି ପଞ୍ଚାୟତରେ ବିଶ୍ୱର ମହାମାରୀ ରୋଗ କରୋନା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଜିଲ୍ଲା ଯୁବଯାଦବ ସଭାପତି ତଥା ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ତଥା ରାଜ୍ୟର ସର୍ବପୂରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ଶୃଖଂଳା କମିଟି ଅଧ୍ୟକ୍ଷ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଓ ଯାଦବ ନେତା ତଥା ବରିଷ୍ଠ ସଦସ୍ୟ ସୁଗୋ ପାଟନାର ଜଗବନ୍ଧୁ ପଲେଇ(ବାବୁଲି ପଲେଇ )ଙ୍କ ସଂଯୋଜନାରେ ବ୍ଲକର ସୁଗୋ, ଏଡତାଳ, ପଦ୍ମପୁର ପଂଚାୟତରେ ବିଶ୍ୱର ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ହ୍ରାସ ନେଇ ସଚେତନତା କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରିବା, ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବା, ସାନିଟାଇଜେସନ ଲଗାଇବା, ସାବୁନରେ ହାତ ଧୋଇବା ଆଦି ସଚେତନତା କରାଯାଇଥିଲା। ଏଥି ସହିତ ଯାଦବ ମହାସଭା ପକ୍ଷରୁ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏହି ବଣ୍ଟନ ସମୟରେ କୋଲକତା ଯାଦବ ମହାସଭାର ସଭାପତି ହରେକୃଷ୍ଣ ପଲେଇ, ସୁଗୋ ପଂଚାୟତର ସରପଂଚ ମାନସୀ ନାୟକ, ସୁଗୋ ସରପଂଚଙ୍କ ପ୍ରତିନିଧି ଆଇନଜିବୀ ରାଜା ନାୟକ, ପଦ୍ମପୁର ପଂଚାୟତର ସମିତି ସଭ୍ୟ ବନୋଜା ମହାପାତ୍ର, ପ୍ରାକ୍ତନ ସରପଂଚ ତଥା ସମାଜସେବୀ ଓ ସୁସଂଗଠକ ବସନ୍ତ ନାୟକ, ଜିଲ୍ଲା ଯୁବଯାଦବ ସଂପାଦକ ସାମ୍ବାଦିକ ସନ୍ତୋଷ କୁମାର ଦାସ, ଛାୟାକାନ୍ତ ପୁଣ୍ଟିଆ, ପ୍ରମୁଖ ଯୋଗଦେଇ କରୋନା ସଂପର୍କିତ ସଚେତନତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ମାସ୍କ, ସାବୁନ, ବିସ୍କୁଟ ଏହି ୩ଟି ପଂଚାୟତରେ ବଣ୍ଟନ କରାଯାଇଥିଲା।