Odiapua.com

ଯୁବବ୍ୟବସାୟୀ କିରଣଙ୍କ ପରଲୋକ

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ଯୁବ ବ୍ୟବସାୟୀ କିରଣ କୁମାର ଲେଙ୍କା(୩୨)ଙ୍କର ପରଲୋକ ଘଟିଛି। ସୂଚନା ଅନୁସାରେ କୃଷିବିତ ଦିଲୀପ କୁମାର ଲେଙ୍କା ଙ୍କର ପୁଅ ତଥା ରାଣୀତାଲ ଅଂଚଳର ଜଣେ ଜଣାଶୁଣା ସ୍ଟୁଡ଼ିଓ ମାଲିକ କିରଣଙ୍କର କିଛି ଦିନ ତଳେ ଯକୃତ ସମସ୍ୟା ଦେଖା ଦେଇଥିଲା। ହେଲେ ଆଜି ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ କଟକ ନେଇ ଯାଉଥିବା ବେଳେ ବାଟରେ ତାଙ୍କର ପରଲୋକ ଘଟିଥିଲା। ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା କିରଣର ମୃତ୍ୟୁ ପରେ ରାଣୀତାଲ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ରାଣୀତାଲ ବଜାର କମିଟିର କର୍ମକର୍ତା ସହ ଅନେକ ଲୋକ ତାଙ୍କର ଶେଷ ଦର୍ଶନ ପରେ ସନ୍ଧ୍ୟାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବାପା, ମାଆ, ସ୍ତ୍ରୀ ଓ ଏକମାତ୍ର ପୁଅ ଉପସ୍ଥିତ ଥିଲେ।