Odiapua.com

ଯୁବପିଢିଙ୍କ ହାତରେ ପୁରୀରେ ଧଳାଜହର କାରବାର

ପୁରୀ ୧୨-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଯୁବପିଢିଙ୍କ ହାତରେ ପୁରୀରେ ଧଳାଜହର କାରବାର।୨୦୨୨ ବର୍ଷରେ କେବଳ ଅବକାରୀ ବିଭାଗ ସ୍କ୍ୱାର୍ଡ ହାତରେ ଜିଲ୍ଲାରେ ୧୦୦୦ ଗ୍ରାମରୁ ଉର୍ଦ୍ଧ୍ଵ ଧଳାଜହର ଜବତ ହେଲାଣି। ଆଉ ପୁଣିଥରେ ଅବକାରୀ ସ୍କୁୱାର୍ଡ ଜବତ କରିଛି ୧୬୪ ଗ୍ରାମ ଅର୍ଥାତ ୧୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପୁରୀ ଗଙ୍ଗାରାମ ନୂଆସାହିର ଦୁଇ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୧୬୪ ଗ୍ରାମର ଧଳାଜହର ଜବତ କରିଛନ୍ତି ଏବଂ ଅଭିଯୁକ୍ତ ଯୁବକଙ୍କ ବୟସ ୧୮ବର୍ଷ ଓ ୧୯ବର୍ଷ। ଦିନକୁଦିନ ପୁରୀରେ ଧଳାଜହର କାରବାର ଚିନ୍ତା ବଢ଼ାଉଥିବା ବେଳେ ପୋଲିସ, ଏସ୍ଟିଏଫ, ଅବକାରୀ ବିଭାଗ ତରଫରୁ ଚଢ଼ାଉ ଜାରି ରହିଛି।