Odiapua.com

ଯୁବନେତା ପ୍ରକାଶଜ୍ୟୋତି ମହାକୁଡ ହେଲେ ଯୁବ ଯାଦବ ମହାସଭାର ସଭାପତି

ଯୁବନେତା ପ୍ରକାଶଜ୍ୟୋତି ମହାକୁଡ ହେଲେ ଯୁବ ଯାଦବ ମହାସଭାର ସଭାପତି
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲା ଯାଦବ ଭବନ, କଲେଇ ପଂଚାୟତ ଠାରେ ଜିଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ଯୁବ ଯାଦବ ମହାସଭା କମିଯି ଆଜି ପୁନଃଗଠିତ ହୋଇଯାଇଛି । ଭଦ୍ରକ ଜିଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ମନୋଜ ପଣ୍ଡା ଓ ସାଧାରଣ ସଂପାଦକ ରାଜେନ୍ଦ୍ର ଦାସଙ୍କ ନେତୃତ୍ୱରେ ସର୍ବସମ୍ମତି କ୍ରମେ ଯୁବ ଯାଦବର ନୂତନ କର୍ମକର୍ତ୍ତା ଆଜି ମନୋନିତ କରାଯାଇଛି । ଦୀର୍ଘଦିନ ଧରି ସଂଗଠନରେ କାର୍ଯ୍ୟ କରିଆସୁଥିବା କାର୍ଯ୍ୟକାରୀ ସଭାପତି ପ୍ରକାଶଜ୍ୟୋତି ମହାକୁଡଙ୍କୁ ସ୍ଥାୟୀ ସଭାପତି ଭାବେ ମନୋନିତ କରାଯିବା ସହ ଉପସଭାପତି ଭାବେ ସୁଶାନ୍ତ କୁମାର ମହାକୁଡ ଏବଂ ଲିପିକା ବାରିକ, ସାଧାରଣ ସଂପାଦକ ଭାବେ ସତ୍ୟବ୍ରତ ଦାସ, ପ୍ରଫୁଲ୍ଲ ପୃଷ୍ଟି, ଜ୍ଞାନରଂଜନ ବାରିକ, ଅମୀୟାଂଶୁ ସାହାଣୀ, ସତ୍ୟପ୍ରିୟବ୍ରତ ମହାକୁଡ, ବିଶ୍ୱନାଥ ମହାପାତ୍ର, ବସନ୍ତ ଖିଲାର, ସଂପାଦକ ଭାବେ ରାଜୀବ ଲୋଚନ ବାରିକ, ଅରୁଣ କୁମାର ବାରିକ, ଗଣେଶ ପଲେଇ, ଚିତ୍ତରଂଜନ ବାରିକ, ସୌମ୍ୟରଂଜନ ବାରିକ, ସିଦ୍ଧାନ୍ତ ମହାକୁଡ ଓ ଶେଷଦେବ ପରିଡା, ସୋସିଆଡ ମିଡିଆ ଏବଂ ମିଡିଆ ସେଲ୍ ଅଧ୍ୟକ୍ଷ ଭାବେ ରଶ୍ମିରଂଜନ ମହାକୁଡ, କୋଷାଧ୍ୟକ୍ଷ ଭାବେ ସଂଜୀବ ଖିଲାର, ବନ୍ତ ବ୍ଲକ୍ ସଭାପତି ଆଇନ୍‌ଜୀବୀ ପରମେଶ୍ୱର ବାରିକ, ବାସୁଦେବପୁର ବ୍ଲକ୍ ସଭାପତି କୃଷ୍ଣଚନ୍ଦ୍ର ମହାକୁଡ, ଭଣ୍ଡାରିପୋଖରୀ ବ୍ଲକ୍ ସଭାପତି ସତ୍ୟବ୍ରତ ଦାସ, ଧାମନଗର ବ୍ଲକ୍ ସଭାପତି ରବିନ୍ଦ୍ର ମହାକୁଡ, ତିହିଡି ବ୍ଲକ୍ ସଭାପତି ସର୍ବେଶ୍ୱର ବେହେରାଙ୍କୁ ମନୋନିତ କରାଯାଇଛି । ସମସ୍ତ ନୂତନ ସଦସ୍ୟ /ସଦସ୍ୟମାନଙ୍କୁ ଜିଲା ଯାଦବ ମହାସଭାର ପ୍ରାକ୍ତନ ସଭାପତି ତଥା ମୁଖ୍ୟ ପରାମର୍ଶଦାତା ଆଇନ୍‌ଜୀବୀ ଅମର କୁମାର ବାରିକ ସ୍ୱାଗତ କରିବା ସହ ଯୁବ ସଂଗଠନ ଅଧିକରୁ ଅଧିକ କ୍ରିୟାଶୀଳ ଓ ମଜବୁତ ହେବ ବୋଲି ଆଶା କରିଛନ୍ତି । ଆଗକୁ ଜିଲାରେ ସଂଗଠନକୁ ଆହୁରି ବ୍ୟାପକ କରାଯିବା ସହିତ ଯାଦବ ମାନଙ୍କ ହକ୍ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।