Odiapua.com

ଯୁବତୀ ର ଅଶ୍ଳିଳ ଫଟୋ ଭାଇରାଲ୍ କରି ଯୁବକ ଜେଲ୍ ଗଲେ

ନୟାଗଡ/୨୧/୦୩(ଓଡିଆ ପୁଅ/ଦେବୀପ୍ରାସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ଓ ଦେଶ ରେ ସାମାଜିକ ଗଣ ମାଧ୍ୟମ ଯେତେ ପ୍ରଚାର ଓ ପ୍ରସାର ହେବାରେ ଲାଗିଛି ସେତିକି ଅପରାଧ ମଧ୍ୟ ବଢୁଛି । କିଛି ଯୁବକ ସାମାଜିକ ଗଣମାଧ୍ୟମ କୁ ଆଧାର କରି ଅର୍ଥ ରୋଜଗାର ଆଶାରେ ଏକ ଗୋଷ୍ଠୀ ହୋଇ ଯୁବତୀ ମାନଙ୍କୁ ବ୍ଲାକମେଲ୍ କରିବାରେ ଲାଗିଛନ୍ତି । ସେଭଳି ଏକ ଅଭିଯୋଗ ଆସିଛି ରଣପୁର ଥାନା ରେ । ରାଜସୁନାଖଳା ର ମାମାଲି ସାହୁ (ଛଦ୍ମନାମ) ଅଭିଯୋଗ କରିଛନ୍ତି ଯେ ବେଗୁନିଆ ଅଂଚଳ ର ତପନ କୁମାର ନାୟକ ଙ୍କ ପୁତ୍ର ରାଜେସ କୁମାର ନାୟକ ଯୁବତୀ ଙ୍କ ନାମରେ ଏକ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ହ୍ୱାଟସ ଅପ୍ ମାଧ୍ୟମ ରେ ଅଶ୍ଳିଳ ଫଟୋ ପଠାଇ କେତେବେଳେ ବିବାହର ପ୍ରଲୋଭନ ଦେଖାଇ ସର୍ମ୍ପକ ରଖିବାପାଇଁ ଚେଷ୍ଟା କରୁଥିଲେ ତ ଆଉ କେତେବେଳେ ଅର୍ଥ ଦାବୀ କରି ଆସୁଥିଲେ  ।

ଏପରି କି ତାଙ୍କ କଥାରେ ନଚାଲିଲେ ଜୀବନରେ ମାରିଦେବାର ଧମକ ଦେଇଆସୁଥିଲେ । ଥାନାରେ ଅଭିଯୋଗ ପରେ ରଣପୁର ଥାନା ସବ୍ ଇନିସ୍ପେକ୍ଟର ପ୍ରିୁତି ପ୍ରକାଶ ମହାନ୍ତି ଯୁବକ ରାଜେଶ କୁ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଙ୍କ ନିର୍ଦେଶ ରେ ଗିରଫ କରିବା ପାଇଁ ସକ୍ଷମ ହୋଇଥିଲେ । ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଏହିଭଳି ମାମଲା ତଦନ୍ତ କରିବାରେ ତାଙ୍କର ବେଶ ସୁନାମ ରହିଛି । ଅଭିଯୁକ୍ତ ଯୁବକ ରାଜେଶ କୁ କୋର୍ଟ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଛି । ସୋସିଆଲ୍ ମିଡିଆ ରେ ଅପରାଧ ଘଟାଉଥିବା ଯୁବକ ମାନଙ୍କ ମଧ୍ୟରେ ଭୟ ସଂଚାର ହୋଇଥିବା ଜଣାପଡିଛି ।