Odiapua.com

ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ସୁନ୍ଦରଗଡ଼, ୩୧/୧୦, (ଓଡ଼ିଆ ପୁଅ ପି ନାୟକ):ବନ୍ଦ ଘରୁ ଉଦ୍ଧାର ହେଲା ଯୁବତୀଙ୍କ ଝୁଲନ୍ତା ମର ଶରୀର। ମୃତ ଯୁବତୀ ଜଣକ ଆରତୀ ବୋଲି ଜଣାପଡିଛି। ଏହି ମୃତ୍ୟୁ ପଛରେ ହତ୍ୟାର କାରଣ ଅଛି ବୋଲି କୁହାଯାଉଛି। କାରଣ ଜଣେ ଦୁର୍ବୃତ୍ତ ମୁହଁ ରେ କପଡା ବାନ୍ଧି ଆରତୀଙ୍କୁ ଘରୁ ଵାହାରିଥିବା ଆରତୀଙ୍କ ପୁତୁରା ଦେଖିଛନ୍ତି। ତେବେ ସେ ଦେଖିଦେବେ ବୋଲି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ ମଧ୍ୟ କରିଛି। ତେବେ ମୋଟାମୋଟି ଭାବେ ଏହାପଛରେ ପ୍ରେମ ସମ୍ପର୍କ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ କିଏ ଓ କ’ଣ ପାଇଁ ଆରତୀଙ୍କୁ ହତ୍ୟା କରିଛି ତାହା ଏବେବି ଅସ୍ପଷ୍ଟ ରହିଛି। ପୋଲିସ ବର୍ତ୍ତମାନ ଏ‌ଆର ଖୋଳତାଡ଼ ଆରମ୍ଭ କରିଛି।