Odiapua.com

ଯୁବକ ଗୋଷ୍ଠୀ ଦ୍ବାରା ମଦ ଧରପଗଡ଼

କୋଦଳା ୧୦ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାରଗାଁ ଠାରେ ମଦ କାରବାର ବନ୍ଦ କରିବା ପାଇଁ ଗ୍ରାମର ଯୁବକ ଗୋଷ୍ଠୀ ଅଣ୍ଟା ଭିଡିଛନ୍ତି। ଚୋରା ଓ ବେଆଇନ୍ ମଦ କାରବାର ସଂପୂର୍ଣ୍ଣ ରୂପେ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି ଯୁବକ ଗୋଷ୍ଠୀ। ଯାହା ଫଳରେ କି ଏଠାରେ ମଦ କାରବାର ବନ୍ଦ ହୋଇଯାଇଛି। ମହାମାରୀ କରୋନା ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ କିଛି ଚୋରା ମଦ ବେପାରୀ ସକ୍ରିୟ ରହି ବେଆଇନ ଭାବେ ମଦ ବିକ୍ରି କରୁଥିବା ଯୁବ ଗୋଷ୍ଠୀ ଖବର ପାଇ ଗୁରୁବାର ଧରପଗଡ଼ କରିଥିବା ସୂଚନା ମିଳିଛି। ବେଆଇନ୍ ଚୋରା ମଦ କାରବାର ସଂପର୍କରେ ଖବର ପାଇବା ପରେ ଯୁବ ଗୋଷ୍ଠୀର ସଭାପତି ଅଶୋକ ତାରିଣୀ, ଉପସଭାପତି ଲଲିତ ସ୍ବାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇ ସରପଞ୍ଚଙ୍କ ସହଯୋଗରେ ସ୍ଥାନୀୟ ବାସନ୍ତୀ ନାହାକକଂ ଘରୁ ଅଧ ବସ୍ତା ଦେଶୀ ମଦ ଜବତ କରିଥଲେ। ଆଗକୁ ଏହି କାରବାର କିପରି ସଂପୁର୍ଣ୍ଣ ଭାବେ ବନ୍ଦ ହେବ ସେ ନେଇ ତାଗିଦ୍ କରିଥିବା ମଧ୍ୟ ଜଣାପଡ଼ିଛି।