Odiapua.com

ଯୁବକ ଉପରକୁ ଜଣେ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ; ଆହତ ମେଡିକାଲରେ ଭର୍ତ୍ତି

ସମ୍ବଲପୁର୭ – ୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଖନ୍ଦାଢିପ ଛକ ଏକପାନ ଦୋକାନରେ ବସିଥିବା ଜଣେ ଯୁବକ ଉପରକୁ ଜଣେ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଭଳି ଏକ ଅଭାବନୀୟ ଘଟଣା ଘଟାଇଥିବା ଘଟଣାରେ ହରିହର ପୁରୋହିତ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲ କଲେଜରେ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ସମୟରେ ରେଢ଼ାଖୋଲ ଥାନା ଅନ୍ତର୍ଗତ ଖନ୍ଦାଢ଼ିପ ଛକସ୍ଥିତ ଏକ ପାନ ଦୋକାନରେ ଖନ୍ଦାଢ଼ିପସାହିର ଯୁବକ ହରିହର ପୁରୋହିତ (୩୫) ବସିଥିଲେ। ସେ ଅନ୍ୟମନସ୍କ ଥିବା ବେଳେ ଦୁର୍ବୃତ୍ତ ଘଟଣାସ୍ଥଳରେ ପହଁଚି ପେଟ୍ରୋଲ ଢ଼ାଳି ଥିଲା ଏବଂ ଏହା ପରେ ନିଆଁ ଲଗାଇ ଫେରାର ହୋଇଯାଇଥିଲା। ହରିହରଙ୍କ ଅଣ୍ଟାରୁ ଉପରକୁ ପୋଡ଼ିଯାଇଛି। ତାଙ୍କୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିବା ସୂଚନା ମିଳିଛି।