Odiapua.com

ଯୁବକର ହତ୍ୟା ନା ଆତ୍ମହତ୍ୟା ତଦନ୍ତ ଦାବି

ବଲାଙ୍ଗୀର, ୧୩-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ଥାନା ଅଧିନସ୍ଥ ଝାକର ପଡ଼ାରେ ଜଣେ ୨୦ ବର୍ଷୀୟ ଯୁବକ ବବଲୁ କୁମାରର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ତେବେ ମୃତ୍ୟୁର କାରଣ ହତ୍ୟା ନା ଆତ୍ମହତ୍ୟା ସେ ନେଇ ସ୍ଥାନୀୟ ଜନସାଧାରଣ ରେ ନା ନା ଆଲୋଚନା ହେବାରେ ଲାଗିଛି। ପ୍ରକାଶ ଯେ-ସନ୍ଧ୍ୟା ପ୍ରାୟ ୪ଟା୩୦ ସମୟରେ ଝାକର ପଡା ର ଏକ ପାନ ଦୋକାନ ରୁ ସିଗ୍ରେଟ କିଣି ନିଜ ଘରକୁ ଫେରି ଯାଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ତେବେ ଉକ୍ତ ଯୁବକ ର ମାଆ ପ୍ରାୟ ସାନ୍ଧ୍ୟ ୫ଟା୩୦ ରେ ଘରକୁ ପହଞ୍ଚିବା ବେଳେ ସେ ଏକ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ଓଲ୍ହାଇ ଥିବା ପଡିଶା ଲୋକେ ପ୍ରକାଶ କରିଛନ୍ତି। ଉକ୍ତ ଯୁବକ ର ଗତ କିଛି ଦିନ ତଳେ ତାର କେତେକ ସାଙ୍ଗ ସହ କୌଣସି କାରଣ କୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ମୃତ୍ୟୁ ର କାରଣ କଣ ସେ ନେଇ ତଦନ୍ତ ଆବଶ୍ୟକ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି। ଏ ନେଇ ଟିଟିଲାଗଡ଼ ଥାନା ଏସ ଆଇ ମନୋଜ ମୁଣ୍ଡା ଘଟଣା ର ତଦନ୍ତ କରିବା କୁ ଲୋକେ ସୂଚନା ଦେଇଛ