Odiapua.com

ଯୁବକର ସନ୍ଦେହ ଜନକ ମୃତ୍ୟୁ

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦୋବଲ ପଂଚାୟତର ସୋଧ ଯେନା ସହି ଗ୍ରାମର ଜଣେ ଯୁବକ ଆଜି ସକାଳୁ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶଯେ ସୋଧ ଯେନାସାହି ଗ୍ରାମର ଶିବା ଯେନାଙ୍କ ପୁଅ ରୂପକ ଯେନା(ରୋଗା)(୨୫) ଗତକାଲି ରାତିରେ ନିଜ ଶୋଇବା ଘରେ ଶୋଇଥିବାବେଳେ ଆଜି ସକାଳୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନ’ ଉଠିବାରୁ ଘରଲୋକମାନେ କବାଟ ବାଡ଼ାଇ ଡ଼ାକିଥିବାବେଳେ ସେ ନଉଠିବାରୁ ଘରଲୋକମାନେ କବାଟ ଭାଙ୍ଗି ଘରଭିତରକୁ ପସିବା ବେଳେ ରୂପକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତକରି ୨୨/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲେ । ତେବେ ଆତ୍ମହତ୍ୟା କାରଣ ଜଣାପଡ଼ିନଥିବାବେଳେ ଘରୋଇ କଳି କିମ୍ବା ପ୍ରେମ ଜନିତ ଘଟଣାରୁ ଏପରି କାଣ୍ଡ ଭିଆଇ ଥାଇପାରେ ବୋଲି ଅନୁମାନ କରାଯାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।