Odiapua.com

ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ, ହତ୍ୟା ସନ୍ଦେହ ନେଇ ଉତେଜନା

ବଲାଙ୍ଗୀର, ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସଇଁତଲା ଅଞ୍ଚଳ ର ଜଣେ ଯୁବକ‌ଙ୍କ ସଂଦେହଜନକ ମୃତ୍ୟୁ ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ପଞ୍ଚାୟତ ନୂଆମୁଣ୍ଡା ଗ୍ରାମର ହରିଜନପଡାର ମକୁନ୍ଦ ନାଗ(୨୫)ଙ୍କ ହତ୍ୟା କରାଯାଇ ଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସୂଚନା ମତେ ଉକ୍ତ ଗ୍ରାମର ମୁକେଶ ରାଜପଲିଆ(୨୧) ମକୁନ୍ଦ ଘରକୁ ଯାଇ ଡାକିଆଣି କୁଆଡେ ବୁଲି ଯିବାକୁ ସାଙ୍ଗରେ ନେଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକେ ଖବର ପାଇଲେ ଯେ, ସେହି ରାସ୍ତା ଦେଇ ଅନ୍ୟ ଜଣେ ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣା ଯାଉଥିଲା ଓ ଆମ୍ବୁଲାନ୍ସ କର୍ମଚାରୀମାନେ ରାସ୍ତାକଡରେ ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ପଡିଥିବା ଦେଖିଥିଲେ। ତେବେ ତାଂକୁ ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ନିଆଯାଉଥିଲା, ହେଲେ ବାଟରେ ତାଙ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କିନ୍ତୁ ପରିବାର ଲୋକେ ଅଭିଯୋଗ କରୁଛନ୍ତି ଯେ ତାକୁ ହତ୍ୟା କରାଯାଇଛି। ଯଦି ଦୁର୍ଘଟଣା ହୋଇଛି, ତେବେ ସେହି ସାଙ୍ଗରେ ନେଇଥିବା ଯୁବକ ଜଣକ କାହିଁକି ଖବର ଦେଲା ନାହିଁ ବୋଲି ସେମାନେ ପ୍ରଶ୍‌ଶ୍ନ କରିଛନ୍‌ନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ସେହି ଦୁଇ ଜଣ ମିଶି ସାଙ୍ଗରେ କୁଆଡେ ଯାଇଥିଲେ। ଦେବସଣ ଛକ ନିକଟରେ ଗାଡିରେ ପିଟି ହୋଇ ଦୁର୍ଘଟଣା ହୋଇଛି। କିନ୍ତୁ ପରିବାର ପକ୍ଷରୁ ତାହା ଅସ୍ଵୀକାର କରାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଏନେଇ ଟିକ୍ରାପଡା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁଙ୍କୁ ପଚାରିବାରୁ ପରିବାର ଲୋକେ ମଧ୍ୟ ଏକ ଲିଖିତ ଅଭିଯୋଗ କରିଛନ୍ତି ଓ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି ବୋଲି କହିଛନ୍ତି।