Odiapua.com

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆର୍ତୁଂ ଗ୍ରାମର ଖଗେନ୍ଦ୍ର ମହାନ୍ତିଙ୍କ ପୁଅ ବିଜୟକୁମାର ମହାନ୍ତିଙ୍କ ମରଶରିରକୁ ଉଦ୍ଧାର କରିଛି ପୋଲିସ । ଆର୍ତୁଂ ସଇଁନାଳୀ-ପଂଚାୟତ ରାସ୍ତାର ବିଦ୍ୟାଳୟ ଠାରୁ ଅଳ୍ପ ଦୁରରେ ସଂଜ୍ଞାହୀନ ଅବସ୍ଥାରେ ଜଣେ ଯୁବକ ପଡିଥିବା ନିକଟସ୍ଥ ପୋଲିସକୁ ଖବର ମିଳିବା ପରେ ମରଶରିରକୁ ଉଦ୍ଧାର କରି ଚିହ୍ନଟ କରିଥିଲା । ପରିଚୟ ଜଣାପଡିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି । ତେବେ ଏହି ଘଟଣାକୁ ଆର୍ତୁଂ ଗ୍ରାମରେ କୋକୁଆ ଭୟ ଦେଖାଦେଇଛି ।