Odiapua.com

ଯୁବକଙ୍କ ଆତ୍ମହତ୍ୟା

ଭଦ୍ରକ, ୨୯/୫( ଓଡିଆ ପୁଅ/ସ୍ନିଗ୍ଧା ରାୟ)- ଏହି ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀ ଗ୍ରାମ ସାନଶାସନ ସାହୀର ୨୨ବର୍ଷୀୟ ଯୁବକ ସୁଧାଂଶୁ ଶେଖର ଦାସ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଗତ ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବାର ଜଣାପଡିଛି। ସ୍ବାଭାବିକ ଭାବେ ଖାଦ୍ଯ ଗ୍ରହଣ କରି ଶୋଇଥିବାରୁ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଜେଜେମା ସାବିତ୍ରୀ ରାତି ଶୌଚ ପାଇଁ ଉଠି ବେଡରୁମ ଫ୍ଯାନରେ ଶାଢୀକୁ ରସି ଭାବେ ବ୍ଯବହାର କରି ଝୁଲୁଥିବା ଦେଖିଥିଲେ। ଆଜି ସକାଳେ ଜେଜେମାଙ୍କ ଅଭିଯୋଗ କ୍ରମେ ଅପମୃତ୍ଯୁ ମାମଲା ରୁଜୁ କରାଯାଇ ଶବ ବ୍ଯବେଚ୍ଛଦ କରାଯାଇଛି। ତେବେ ଏହା ପ୍ରେମ ଜନିତ ଘଟଣା ବୋଲି ଚର୍ଚ୍ଚା ହେଉଛି।