Odiapua.com

ଯୁବକଙ୍କୁ ମାରି ସମୁଦ୍ର ବାଲିରେ ପୋତିବା ଘଟଣା : ପରକ୍ରିୟା ପ୍ରିତିର କରୁଣ କାହାଣୀ : ଗିରଫ ହୋଇ କୋର୍ଟ ଚାଲାଣ ହେଲେ ୫ଜଣ

ବାହାନଗା,୮ ।୨(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲାର ଖ଼ନ୍ତାପଡ଼ା ଥାନା ଗେପାଳପୁର ଫାଣ୍ଡି ଅଧିନ ଓସଙ୍ଗ ଗ୍ରାମର ଜଣେ ଯୁବକଙ୍କୁ ଡାକିନେଇ ମାରି ସମୁଦ୍ର ଭିତରେ ବାଲିରେ ପୋତି ଦେବା ଘଟଣାରେ ୨ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଖନ୍ତାପଡ଼ା ଥାନା ପୋଲିସ ଚେନ୍ନାଇରୁ ପୋଲିସ ଗିରଫ କରଛି । ରବିବାର ଅପରାହ୍ନରେ ଯୁବକୁ ଦ୍ୱୟଙ୍କୁ ନେଇ ଥାନା ଆଇଆଇସି ପରେଶ କୁମାର ରାଉତ, ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ, ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନଙ୍କ ସହ ଏକ ପ୍ଲାଟୁନ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେଠାରେ ଅଭିଯୁକ୍ତ କେମିତି ମର୍ଡ଼ର କରି ସମୁଦ୍ର ବାଲିରେ ପୋତି ଥିଲେ ତାର ଡେମୋ ଦେଖାଇ ଥିଲେ । ଏବଂ ସୋମବାର ଦିନ ଖନ୍ତାପଡ଼ା ଥାନାରେ ଏକ ସୂଚନା ଦେଇ ୫ଜଣଙ୍କୁ ଗିରଫ କରି ଥାନା କେଶ ନଂ ୩୪/୨୧ ଧାରା ୩୦୨/୨୦୧/୩୪ରେ କୋର୍ଟ ଚାଲାଣ କରିଥିବାର ପ୍ରକାଶ କରିଛନ୍ତି । ଖବର ଅନୁସାରେ ଓଷଙ୍ଗ ଗ୍ରାମର ମାନସ ମଳିକ ର ପତ୍ନୀ ସବିତା ମଳିକ ସହିତ ମୃତ ଜୟନ୍ତ ମଳିକ ଜୋର ଜବରଦସ୍ତ ଅନୌତିକ ସଂର୍ମ୍ପକ ରଖିବା ପାଇଁ ବାଧ୍ୟ କରିବାରୁ ସେ ବିରୋଧ କରିଥିଲେ ମଧ୍ୟ ଜୟନ୍ତ ଜୋର ଜବରଦସ୍ତ ସଂର୍ମ୍ପକ ରଖିବା ପାଇଁ ବାଧ୍ୟ କରିଥିଲେ ।ଏକଥା ସବିତା ନିଜର ସ୍ୱାମୀ ମାନସ କୁ କହିବାରୁ ମାନଢସ ସେହି ଗ୍ରାମର ଅନ୍ୟ ଯୁବକ ଜୟନ୍ତ ଓ ବିଜୟ ମଳିକ କୁ କଣ କରାଯାଇ ପାରିବ ସେବା ବଦରେ ଆଲୋଚନା କରିଥିଲେ ।ତେବେ ଶେଷରେ ସେମାନେ ଗ୍ରାମର ମହେଶ୍ୱର ମଳିକ ସହିତ ଯୋଗା ଯୋଗ କରିବା ପରେ ସେ ହତ୍ୟାକାଣ୍ଡର ଯୋଜନା କରିଥିଲେ । ଫଳରେ ଗତ ତା୨୩ା୧ା୨୦୨୧ ରିଖ ରାତିରେ ମାନସ, ଜୟନ୍ତ ,ମହେଶ୍ୱର ,ବିଜୟ ସମେତ ମୃତ ଯୁବକ ଜୟନ୍ତ ମିଳିତ ଭାବେ ସଂନ୍ଧ୍ୟାରେ ୫ ଜଣ ଏକାକି ମଦ୍ୟପାନ କରିଥିଲେ ।ମଦ୍ୟପାନ ପରେ ସମସ୍ତେ ଘରକୁ ପଳାଇ ଥିଲେ ।ଯୋଜନା ମୁତାବକ ମାନସ, ଜୟନ୍ତ ,ମହେଶ୍ୱର ,ବିଜୟ ଓ ସବିତା ଗ୍ରାମର ଥିବା ରେସୁଆଁ ପୋଖରୀ ଆଡି ନିକଟସ୍ଥ ବିଲ ପାଖକୁ ଯାଇ ଲୋଚି ହିଥିଲେ । ଜୟନ୍ତ କୁ ରାତି ୯ଟା ରେ ସବିତା ଫୋନ କରି ସମ୍ପର୍କ ରଖିବାକୁ ଡାକିଥିଲା । ସବିତାର ଫୋନ ପାଇ ମୃତ ଜୟନ୍ତ ଘରୁ ରେସୁଆଁ ପୋଖରୀ ସ୍ଥିତ ବିଲ ନିକଟକୁ ପଳାଇ ଆସିଥିଲା । ତେବେ ଆସିବା ବେଳେ ସାଥିରେ ଏକ ତେଳଙ୍ଗାକଟୁରୀ ପଛ ପାଖରେ ଖୁସି ଆସି୍‌ଥିଲା । ପରେ ସେମାନେ ତାଙ୍କର ପୂର୍ବ ପ୍ଲାନ ଅନୁସାରେ ମାରିବା ପାଇଁ ଜଗି ରହିଥିଲେ । ତେବେ ମୃତ ଜୟନ୍ତ ସବିତା ଡାକିଥିବା ଠିକଣା ଜାଗାରେ ପହଞ୍ଚିବା ପରେ ପୂର୍ବ ପ୍ରସ୍ତୁତ ଅନୁସାରେ ତାର ମୁଣ୍ଡକୁ ପଛପଟୁ ମହେଶ୍ୱର ହେମଦସ୍ତା ବାଡ଼ିରେ ଆଘାତ କରି ଥିଲ । ଏବଂ ମୃତ ଜୟନ୍ତ ସେହି ଅବସ୍ଥାରେ ତେଲେଙ୍ଗା କଟୁରୀ ବାହାକରି ମାରିବା ପାଇଁ ଉଦ୍ୟତ ହେଉଥିବା ବେଳେ ମାନସ, ଜୟନ୍ତ, ବିଜୟ ଲୁଚି ରହିଥିବା ଜାରୁ ବାହାରି ମାରଣାସ୍ତ୍ରରେ ହାଣି ଥିଲେ । ଜୟନ୍ତ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଶୁକୁ ଶୁକୁ ହେଉଥିବା ଦେଖି କୁଆଡ଼େ ବଞ୍ଚି ଯିବାର ଆଶଙ୍କା କରି ମାନ ଓ ବିଜୟ ଏକ ଗାମୁଛାରେ ଜୟନ୍ତର ବେକକୁ ଜୋରରେ ଧରି ଥିଲେ । ଫଳରେ ଜୟନ୍ତ ସେଠାରେ ମରି ଯ।।ଇଥିଲା । ସେ ମରି ଯିବା ପରେ ତାକୁ ରସି ସାହାଯ୍ୟରେ ବେକରେ ଫାଶି ସହ ହାତ ଗୋଡ଼ ବାନ୍ଧି ସମୁଦ୍ର ଆଡ଼ିକୁ ଭାର କରି ନେଇ ଯାଇଥିଲେ । ସେଠାରୁ କେଉଁଠାରେ ପକାଇବେ ଭାବି ସମୁଦ୍ର ଭିତରକୁ ନେଇ ସମୁଦ୍ର ବାଲିରେ ଗାତ ଖୋଳି ପୋତି ଦେଇ ଥିଲେ । ପରେ ଆସି ବହ୍ନି ବଣରେ ଜାକେଟ, ମୋବାଇଲ, ମାରଣାସ୍ତ୍ର ପ୍ରଭୃତି ବ୍ୟବହାର କରା ଯାଇଥିବା ସମଗ୍ରିକୁ ପୋତି ଦେଇ ପଳାଇ ଆସିଥିଲେ । ସେହି ଦିନ ରାତିରେ ମାନସ ଓ ବିଜୟ ପୂର୍ବ ପ୍ରସ୍ତୁତି ଅନୁସାରେ ଚେନ୍ନାଇ ପଳାଇ ଏକ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ଏବଂ ଅନ୍ୟ ୩ଜଣ ଘରେ ଚୁପଚାପ ନ ଜାଣିଲା ଭଳି ରହିଥିଲେ । ଖନ୍ତାପଡ଼ା ଥାନା ପୋଲିସ କୌସଳ କ୍ରମେ ଦୁଇଜଣଙ୍କୁ ଚେନ୍ନାଇରୁ ଗିରଫ କରିଥିଲେ । ଏବଂ ସବୁ ଥାନା ପୋଲିସ ପଚାରିବା ପରେ ସମସ୍ତ ଘଟଣା ପୋଲିସ ଆଗରେ ବୟାନ କରିଥିଲେ । ଏହା ପରକ୍ରିୟା ପ୍ରିତିର କରୁଣ କାହାଣୀ ହୋଇ ଥିବାର ଜଣାପଡ଼ିଛି । ତେବେ ଏହାର ମୃତ୍ୟୁର ମୁଖ୍ୟ ନାୟିକା ମାନର ସ୍ତ୍ରୀ ସବିତା ହୋଇ ଥିବା ବେଳେ ଅନ୍ୟ ଜଣେ ମହେଶ୍ୱର ମୁଖ୍ୟ ପ୍ଲାନର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।