Odiapua.com

ଯୁବକଙ୍କୁ ଗୁଳି ମାରି ଫେରାର ହୋଇ ଗଲେ ଦୁର୍ବୁତ୍ତ

ବାହାନଗା,୪ା୧( ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଟୋଲ ଗେଟ ନିକଟରେ ଜଣେ ଯୁବକଙ୍କୁ ଗୁଳି ମାରି ଫେରାର ହୋଇ ଗଲେ ଦୁର୍ବୁତ୍ତ । ଫଳରେ ଯୁବକଙ୍କ ଅଣ୍ଟାରେ ଗୁଳି ବାଜି ଗୁରୁତର ହୋଇ ଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ ସହାୟତ।।ରେ ବାଲେଶ୍ୱର ସହର ହଦପିଟାଲକୁ ପଠାଇ ଦିଆ ଯାଇଥିଲ।। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ତକାଲକୁ ସ୍ଥାନାନ୍ତର କରା ଯାଇଛି । ଖବର ପାଇ ଖନ୍ତାପଡ଼ା ଆଇଆଇସି ପରେଶ ଚନ୍ଦ୍ର ରାଉତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାର ଜଣାପଡ଼ିଛି । ଯୁବକ ଜଣକ ହେଉଛନ୍ତି ରାଜ କିଶୋର ବଳ ,ରାଜ କନିକା ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ କିଏ କାହିିଁକି ତାଙ୍କୁ ଗୁଳି କରିଛି ତାହା ଜଣାପଡ଼ି ନାହିଁ