Odiapua.com

ଯୁବକକୁ ଜୀଅନ୍ତା ଜାଳିଦେବା ଘଟଣାରେ ସନ୍ଦେହ ପ୍ରେମିକାକୁ ପୁଲସ କଲା ଜେରା

ଭୁବନେଶ୍ୱର/ଜଗତସିଂହପୁର୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାଲିକୁଦା ଥାନା ଦାଗାଁ ଗ୍ରାମ ବିଦ୍ୟାଳୟରୁ ଉଦ୍ଧାର ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଅଜଣା ବ୍ୟକ୍ତିର ପରିଚୟ ମିଳିଛି। ଅଜଣା ବ୍ୟକ୍ତି ଜଣଙ୍କ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କାଂଚନପୁର ଗ୍ରାମର ପ୍ରପୁଂଲ୍ଲ କୁମାର ଚମ୍ପତରାୟଙ୍କ ବିବାହିତ ପୁଅ ସାଗର ଆଲିଆନ୍ସ କୃଷ୍ଣ ଚନ୍ଦ୍ର ଚମ୍ପତରାୟ ବୋଲିପୁଲିସ ନିକଟରେ ମୃତକ ପରିବାର ଲୋକେ ଦାବି କରିଛନ୍ତି। ବିଭିନ୍ନ ଗଣମାଧ୍ୟମ ଜରିଅରେ ସାଗର ର ପରିବାର ଲୋକେ ଖବର ପାଇ ସାଗର ର ବାପା, ମାଆ, ସ୍ତ୍ରୀ ରଶ୍ମିତା ଚମ୍ପତରାୟ(୨୭), ଦାଦା ପ୍ରସନ୍ନ ଚମ୍ପତିରାୟ,ମୃତ ଯୁବକର ଅତ୍ମିୟ ସହଦୋର ଜଗତସିଂହପୁର ଏସ.ଡି.ପି.ଓ ଙ୍କ ନିକଟରେ ଉପସ୍ଥିତ ହୋଇ ମୃତକ ସାଗର ବୋଲି ପରିଚୟ ଦେଇଛନ୍ତି । ଏଥି ସହିତ କଟକ କିମ୍ବା ଜଗତସିଂହପୁର ଅଂଚଳର ମଧୁ ନାମକ ଏକ ଯୁବତୀ ଦ୍ବାରା ସାଗରକୁ ନିଆଁ ଲଗାଇ ହତ୍ୟା କରାଯାଇଥିବା ଏସ୍.ଡି.ପି.ଓଙ୍କ ନିକଟରେ ସାଗର ର ସ୍ତ୍ରୀ ରଶ୍ମୀତା ଚମ୍ପତରାୟ ଓ ସାଗର ର ବାପା, ମା ଓ ପରିବାର ବର୍ଗ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଏସ୍.ଡି.ପି.ଓ ବାଲିକୁଦା ଥାନା ଆଇ.ଆଇ.ସି ସର୍ବେଶ୍ବର ବେହେରାଙ୍କୁ ଡକାଇ ୟୁଡି ମାମଲାକୁ ପରିବର୍ତନ କରି ମଧୁ ନାମକ ଯୁବତୀ ଓ ତାର ସହଯୋଗୀ ମାନଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଛି । ଆଜି ଅହମ୍ମଦାବାଦ ଯାଉଥିବା କହି କୃଷ୍ଣଚନ୍ଦ୍ର ଘରୁ ବାହାରିଥିବା ବେଳେ ତାଙ୍କ ଫୋନ ଲାଗି ନ ଥିଲା। ପରେ ଗଣମାଧ୍ୟମରୁ ଏ ନେଇ ଖବର ଜାଣିବାପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।ପୁଲିସ ଉକ୍ତଘଟଣା ସନ୍ଦେହ କରାଯାଉଥିବା ସହିଳାଙ୍କୁ ଆଜି ଜେରା କରୁଥିବା ସୁଚନା ମିଳିଛି । ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଦାଆଗାଁରେ ଏକ ସ୍କୁଲ ଘରେ କୃଷ୍ଣଚନ୍ଦ୍ରଙ୍କୁ  ଜୀଅନ୍ତା ପୋଡ଼ି ମାରି ଦିଆଯାଇଥିଲା।