Odiapua.com

ଯୁବକକୁ ଅପହରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁବକ ଙ୍କୁ ବନ୍ଧୁକ ମୁନରେ କୋଇଲା ମାଫିଆମାନେ ଅପହରଣ କରି ଥିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ପୁଲିସ୍ ଗିରଫ କରିଛି। ଏଠାରେ ସୂଚନାଯୋଗ୍ୟ ଗତ ୭ ତାରିଖ ଭୋର ସମୟରେ ଇଚ୍ଛାପୁର ନିକଟରେ ପ୍ରତାପ ବେହେରା ଙ୍କୁ ଦୁଇଟା ଗାଡି ରେ ୨୦ ରୁ ଉର୍ଦ୍ଧ କୋଇଲା ମାଫିଆ ମାନେ ଅପହରଣ କରି ନୀଳଗିରି ଜଙ୍ଗଲ କୁ ନେଇ ପ୍ରବଳ ମାଡ଼ ମାରିବା ପରେ ଦୀର୍ଘ ୭ ଘଂଟା ପରେ ଚରମ୍ପା ଅଭୋର ବ୍ରିଜ ତଳେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ ଦୁର୍ବୁତ ମାନେ । କୋଇଲା ମାଫିଆ ଙ୍କ ସହ ସାବରଙ୍ଗ ପୋଲିସର ସମ୍ପର୍କ ଥିବା ବିଷୟ ପ୍ରତାପ ନିଜ ବୟାନରେ କହିଥିଲା। ଫଳରେ ବାଲେଶ୍ୱର ଡ଼ିଆଇଜି ଙ୍କ ନିର୍ଦେଶ ରେ ଏହି ଘଟଣା ରେ ତଦନ୍ତ ଆରମ୍ଭ ହୋଇଥିଲା ।ଆଜି ଏସପି ମନୋଜ ରାଉତ ଙ୍କ ନିର୍ଦେଶ ରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଗବାନ ଦାସ (ବାୟା )କୁ ଯାଜପୁର ରୁ ଗିରଫ କରିଛି ସାବରଙ୍ଗ ପୋଲିସ । ଅନ୍ୟ ଅଭିଯୁକ୍ତମାନେ ଏବେବି ଫେରାର ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।