Odiapua.com

ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତିଷ୍ଠା ଉଦେଶ୍ୟ ନେଇ ବାଲୁକା କଳାରେ ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

ପୁରୀ ୧୧-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରୁଷ ୟୁକ୍ରେନ ମାଧ୍ୟମ ଘମାଘୋଟ ଯୁଦ୍ଧ ଲାଗି ରହିଛି। ଯୁଦ୍ଧ ଅନେକ ନିରୀହ ନାଗରିକଙ୍କ ଜୀବନ ଚାଲି ଯାଇଛି। ଅନେକ ଛୋଟ ଶିଶୁଙ୍କ ଜୀବନ ଦୀପ ଲିଭି ଯାଇଛି। ତେବେ ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତିଷ୍ଠା ଉଦେଶ୍ୟ ନେଇ ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ।

ପୁରୀ ବେଳାଭୂମିରେ ଏ ନେଇ ଏକ ବାଲୁକା ଚିତ୍ରକଳା କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନେଇ ସେ ଆହ୍ୱାନ ଦେଇଛନ୍ତି। ଯୁଦ୍ଧ କେବେବି କୌଣସି ସମାଧାନ କରିନଥାଏ ବରଂ ଆଲୋଚନା ମାଧ୍ୟମରେ ସବୁ କିଛି ସମାଧାନ ହୋଇ ଥାଏ। ଏଣୁ ଦୁଇ ରାଷ୍ଟ୍ର ନିରୀହ ନାଗରିକ ସୁରକ୍ଷା ପାଇଁ ଯୁଦ୍ଧ ବନ୍ଦ କରି ଶାନ୍ତି ଦିଗରେ ଆଗେଇ ବାକୁ ଏହି ବାଲୁକା ଚିତ୍ରକଳା ମାଧ୍ୟମ ରେ ବାର୍ତ୍ତା ଦିଆଯାଇଛି।

ପୁରୀ ବେଳାଭୂମିରେ ଏହି ଶାନ୍ତି ବାର୍ତ୍ତା ନେଇ ତିଆରି ହୋଇଥିବା ବାଲୁକା ଚିତ୍ରକଳା କାର୍ଯ୍ୟକ୍ରମରେ ବହୁ ରୁଷିଆ, ୟୁକ୍ରେନ ର ନାଗରିକ ସାମିଲ ହୋଇ ଶାନ୍ତି ପାଇଁ ଆହ୍ୱାନ ଦେଇଛନ୍ତି।