Odiapua.com

ଯୁଦ୍ଧ ନୁହେଁ ଶାନ୍ତି ପ୍ରତିଷ୍ଠା ଦାବିରେ ଏସ୍‌ଏଫ୍‌ଆଇ ପକ୍ଷରୁ ଚାନ୍ଦବାଲି ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଯୁଦ୍ଧ ମାନବ ସଭ୍ୟତାର ଶତ୍ରୁ ଅଟେ । ଅତୀତରେ ଅନେକ ଦେଶ ଯୁଦ୍ଧ ମାଧ୍ୟମରେ ସେମାନଙ୍କର ଅର୍ଥନୀତିକୁ ଧ୍ୱଂସ କରିବା ସହ ଦେଶରେ ଅନେକ ନରସଂହାର ଘଟାଇଛନ୍ତି । ବର୍ତ୍ତମାନ ଚାଲିଥିବା ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ଆକ୍ରମଣ-ପ୍ରତି ଆକ୍ରମଣରେ ଉଭୟ ଦେଶର ହଜାର ହଜାର ଲୋକ ମୃତ୍ୟୁବରଣ କରିବା ସହ ବହୁ ମୂଲ୍ୟବାନ ଅଟ୍ଟାଳିକା ଗୁଡିକ ମାଟିରେ ମିଶି ଜନବସତି ଗୁଡିକ ଧ୍ୱଂସସ୍ତୁପରେ ପରିଣତ ହେଉଛି । ଉଭୟ ଦେଶର ଅର୍ଥନୀତି ଆଜି ବିପନ୍ନର ଦ୍ୱାରଦେଶରେ । ମାକ୍ରିନ ସ୍ରାମାଜ୍ୟବାଦର ନେତୃତ୍ୱ ନେଉଥିବା ଯୁକ୍ତରାଷ୍ଟ୍ର ଆମେରିକା ଏହି ଯୁଦ୍ଧକୁ ଚାଲୁ ରଖିବା ପାଇଁ ଇସ୍ରାଏକୁ ୧ ଲକ୍ଷ ସେନାବାହିନୀ ଓ ଯୁଦ୍ଧ ଯାହାଜ ଯୋଗାଇବା ଯୋଗୁଁ ଇସ୍ରାଏଲ ପାଲେଷ୍ଟାଇନ୍ ଉପରେ ଆକ୍ରମଣ କରିବା ସହ ଲେବାନନ ଓ ସିରିଆ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛି । ଯାହା ସମଗ୍ର ବିଶ୍ୱ ପାଇଁ ଏକ ଭୟଙ୍କର ବାତାବରଣ ସୃଷ୍ଟି କରିଛି । ତେବେ ଏହି ଯୁଦ୍ଧକୁ ବନ୍ଦ କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦାବିରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ନେତୃତ୍ୱର ଐତିହାସିକ ଦେଶ ହିସାବରେ ଆମ ଦେଶ ଭାରତ ଜାତିସଂଘ କୁ ଏକ ଲିଖିତ ଆବେଦନ କରିବା ସହ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ୍ ଦେଶକୁ ଲିଖିତ ନିବେଦନ କରିବା ଦାବି କରି ଆଜି ଏସ୍‌ଏଫ୍‌ଆଇ ପକ୍ଷରୁ ଚାନ୍ଦବାଲି ମହାବିଦ୍ୟାଳୟ ସମ୍ମୁଖରେ ଏକ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭର ଆନ୍ଦୋଳନରେ ଏସ୍‌ଏଫ୍‌ଆଇର ରାଜ୍ୟ ସଂପାଦକ ଷ୍ଟାଲିନ ଟିଟନ ଲେଙ୍କା, ରାଜ୍ୟ ସାଙ୍ଗଠନିକ କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ମହାବିଦ୍ୟାଳୟର ଛାତ୍ର ନେତା ପିଣ୍ଟୁ ନାୟକ, ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ଯୋଗଦେଇ ଯୁଦ୍ଧ ବନ୍ଦ ପାଇଁ ପ୍ରତିବାଦ ସଭା ମାଧ୍ୟମରେ ଉଭୟ ଦେଶକୁ ନିବେଦନ କରିଛନ୍ତି । ଏବଂ ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା ଦିଗରେ ଆମ ଭାରତ ସରକାର ନିରପେକ୍ଷ ଅବଲମ୍ବନ କରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।