Odiapua.com

ଯୁଗଶ୍ରୀ ଯୁଗନାରୀ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

ବାଲେଶ୍ୱର, ୨୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ଯୁଗଶ୍ରୀ ଯୁଗନାରୀ ପରିବାର ପକ୍ଷରୁ ସହରର ଗୋଧିବସା ଅଞ୍ଚଳରେ ଏକ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମଧୁବାଳା ଗିରି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ମହିଳାମାନେ ଭୋଗୁଥିବା ବିଭିନ୍ନ ରୋଗ ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ କୌଣସି ରୋଗକୁ ସାମନ୍ୟ ଭାବି ଡାକ୍ତରଙ୍କ ପାଖକୁ ନଯିବା ଓ ଡାକ୍ତରଙ୍କ ପାଖରେ ଲଜ୍ଜା କରି ରୋଗର ସମ୍ପୂର୍ଣ୍ଣ ବିବରଣୀ ନ କହିବା ଫଳରେ ମହିଳାଙ୍କ ରୋଗ ଅଧିକ ବଢ଼ିଯାଇଥାଏ ବୋଲି ସେ କହିଥିଲେ। ଏପରି ସ୍ଥିତିରେ ଯେ କୌଣସି ରୋଗରେ ଆଦୌ ଅବହେଳା ନ କରିବାକୁ ଡାକ୍ତର ଗିରି ଉପସ୍ଥିତ ମହିଳାଙ୍କୁ ପରାମର୍ଶ ଦେଇଥିଲେ। ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ମମତା ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବତନ କାଉନସିଲର ଚିତ୍ତରଂଜନ ପଣ୍ଡା ଏଥିରେ ଯୋଗଦେଇ ଯୁଗଶ୍ରୀ ଯୁଗନାରୀର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହିଭଳି ଶିବିର ଆୟୋଜନ ଦ୍ୱାରା ବହୁ ମହିଳା ସଚେତନ ହୋଇପ।ରୁଛନ୍ତି ବୋଲି ସେ କହିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଗୀତାଞ୍ଜଳି ସିଂ ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସବିତା ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବସନ୍ତ ପ୍ରଧାନ, ରାଜୀବ ସିଂହ, ଅନୀତା ଦାସ, ସ୍ୱର୍ଣ୍ଣପ୍ରିୟା ନାଥ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମହିଳାମାନଙ୍କୁ ସାନିଟାରି ନାପକିନ ବଌକ୍ଷଗ୍ଧ;ନ କରାଯାଇଥିଲା।