Odiapua.com

ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ ଏବଂ କ୍ୱାଟରଏଣ୍ଡ ପରୀକ୍ଷା ଆଧାରରେ ଯୁକ୍ତ୨ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ – ୟାସିର ନୱାଜ

ଭୁବନେଶ୍ୱର ୩-୨ (ଓଡ଼ିଆ ପୁଅ) – ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ ଏବଂ କ୍ୱାର୍ଟରଏଣ୍ଡ ପରୀକ୍ଷା ଆଧାରରେ ଯୁକ୍ତ ୨ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା ଦାବିରେ ଆଜି ମାଷ୍ଟରକ୍ୟାଂଟିନ ଛକରେ ଯୁକ୍ତ ୨ ଛାତ୍ରଛାତ୍ରୀ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏହି ଆନ୍ଦୋଳନର ଆୟୋଜନ କରିଥିଲେ। ମାଷ୍ଟର କ୍ୟାଂଟିନଛକରେ ଆନ୍ଦୋଳନ ପରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରରେ ମାଷ୍ଟରକ୍ୟାଂଟିନ ଛକଠାରୁ ୟୁନିଟ-୧ ସ୍ଥିତ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ତିନିଘଂଟା ଧରି ଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରାଯାଇଥିଲା। ଏହାପରେ ଏକ ପ୍ରତିନିଧି ଦଳ ସେଠାରୁ ଯାଇ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ମଧ୍ୟ ଏହି ଆନ୍ଦୋଳନକୁ ୟାସିର ନୱାଜଙ୍କ ନେତୃତ୍ୱରେ ବିପୁଳ ସମର୍ଥନ ଦିଆଯାଇଛି ଏବଂ ଆନ୍ଦୋଳନ ମଧ୍ୟ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀ ମାନଙ୍କର ଯୁକ୍ତି ଏହିକି ଯେ ଦୁଇବର୍ଷ ଧରି ସେମାନଙ୍କୁ କଲେଜରେ ଅନଲାଇନ କିମ୍ବା ଅଫଲାଇନ ମାଧ୍ୟମରେ ପାଠ୍ୟକ୍ରମ ପୂର୍ଣ୍ଣାଙ୍ଗ କରାଯଯାଇ ନାହିଁ। ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ବକ୍ତବ୍ୟ ଅନୁଯାୟୀ ଓଡ଼ିଶାରେ ଅନଲାଇନ ମାଧ୍ୟମରେ ମାତ୍ର ୩୦ପ୍ରତିଶତ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ଯାଇଛି। କିନ୍ତୁ ବାସ୍ତବରେ ମାତ୍ର ୧୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢ଼ା ଯାଇଛି। ମୟୁରଭଞ୍ଜ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରୀ, ନୂଆପଡ଼ା ପ୍ରଭୃତି ୨୦ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ଅନଲାଇନ ସୁବିଧା ଠିକ୍ ଭାବେ ଉପଯୋଗ ହୋଇପାରୁ ନାହିଁ। ଏବଂ ଛାତ୍ରଛାତ୍ର ମାନଙ୍କ ପାଖରେ ସ୍ମାର୍ଟଫୋନ କିମ୍ବା ଡିଜିଟାଲ ପାଠପଢ଼ା ପାଇଁ ବ୍ୟବସ୍ଥା ନାହିଁ। ସରକାର ଯେହେତୁ ଅନଲାଇନ କିମ୍ବା ଅଫଲାଇନ ମାଧ୍ୟମରେ ପାଠପଢ଼ାଇବା ପାଇଁ ସଫଳ ହୋଇପାରିଲେ ନାହିଁ ତେବେ କେଉଁ ଆଧାରରେ ଯୁକ୍ତ ୨ ପରୀକ୍ଷା କରିବା ପାଇଁ ନିଷ୍ପତି ନେଉଛନ୍ତି। ରାଜ୍ୟ ସରକାର ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର କରିବାପାଇଁ ଷଡ଼ଯନ୍ତ୍ର ନକରନ୍ତୁ। ଶିକ୍ଷାବର୍ଷର ସମୟ ଘୁଂଚି ଯାଉଥିବାରୁ ତୁରନ୍ତ ଯୁକ୍ତ ୨ ବୋର୍ଡ଼ ପରୀକ୍ଷାକୁ ବାତିଲକରି ଅନୁଷ୍ଠିତ ହୋଇଥିବା ତିନୋଟି କ୍ୱାର୍ଟରଏଣ୍ଡ ପରୀକ୍ଷାର ମୂଲ୍ୟାୟନ କରି ଯୁକ୍ତ ୨ ପରୀକ୍ଷାର ଫଳାଫଳ ଘୋଷଣା କରନ୍ତୁ। ସରକାର ଯେଉଁ କ୍ଲାସ କରି ପରୀକ୍ଷା କରିବାକୁ ଚାହୁଁଛନ୍ତି ତାହା ଯଦି ପୂର୍ବରୁ କହିଥାନ୍ତେ ତେବେ ସମ୍ଭବ ହୋଇପାରିଥାନ୍ତା। ବର୍ତମାନ ଛାତ୍ରଛାତ୍ରୀମାନଙ୍କର ଅନ୍ୟ ପ୍ରତିଯୋଗୀତାମୂଳକ ପରୀକ୍ଷା ଦେବାପାଇଁ ସମୟ ଆସିଯାଇଛି। ଏଣୁ ପରୀକ୍ଷା ପାଇଁ ଆଉ ସମୟ ନାହିଁ।କରୋନା ମହାମାରୀପାଇଁ ଯୁକ୍ତି ୨ ପ୍ରଥମ ବାର୍ଷିକ ଏବଂ ଦ୍ୱିତୀୟ ବାର୍ଷିକ ପାଠ୍ୟକ୍ରମ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ସୁତରାଂ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର ଦାବିକୁ ଗ୍ରହଣ କରିବାପାଇଁ ଶିକ୍ଷାମନ୍ତ୍ରୀ ଓ ଶିକ୍ଷାସଚିବଙ୍କୁ ଅନୁରୋଧ କରାଯାଉଛି। ଏହି କାର୍ଯ୍ୟକ୍ରମରେ ୫୦୦ରୁ ଉଦ୍ଧ ଯୁକ୍ତ୨ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମନୋରଞ୍ଜନ ନାୟକ, ରାଜଲକ୍ଷୀ ସାହୁ, ବାସୁଦେବ ନାଥ ଶର୍ମା, ଅର୍ପଣ ସେଠୀ, ଅର୍ପିତା ଖମାରୀ, କୌସିକ କୁମାର ହୋତା ଓ ଆଶାରାଣୀ ବେହୁରା ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ।

ପ୍ରଦେଶ ଛାକ୍ର କଂଗ୍ରେସ ମୁଖ ମୁଖପାତ୍ର ବିଶ୍ୱଭୂଷଣ ମହାପାତ, ସଂପାଦକ ମୁନା ପରିଡ଼ା, ସାହାରୁଖ ଖାନ, ସାଗର ପଟ୍ଟନାୟକ, ବିଭୂତି ଭୂଷଣ ମହାପାତ୍ର, ଅଖିଳେଷ ଯାଦବ, ଅଭିରାମ ଗୌଡ଼, ରଞ୍ଜିତ ସେନାପତି, ଉଦ୍ଦିତ, ଚିତରଞ୍ଜନ ନାୟକ, ଅମିତ ନାୟକ, ସାହାନୱାଜ ମଲ୍ଲିକ, ଚିତରଞ୍ଜନ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।