Odiapua.com

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ଖରାପ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ହାଟଡିହି ୧୩/୮ :  (ଓଡ଼ିଆପୁୁୁଅ) ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ଖରାପ ହେବାରୁ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମୃତକ ଛାତ୍ର ଜଣକ ଆନନ୍ଦପୁର ବଡ଼ ଦାଣ୍ଡର ସରୋଜ ମିଶ୍ରଙ୍କ ପୁଅ ଅଭିଷେକ ମିଶ୍ର। ସୂଚନାରୁ ଜଣାଯାଇଛି ଯେ ଅଭିଷେକ ଏକ ଘରୋଇ କଲେଜରେ ଯୁକ୍ତ ୨ ବିଜ୍ଞାନ ପଢୁଥିଲେ। ଆଜି ପରୀକ୍ଷା ଫଳ ବାହାରିଥିଲା । ଆଶାନୁରୁପକ ମାର୍କ ନଥିବାରୁ ଅଭିଷେକ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ବେକରେ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଗ୍ରିଲ୍ ଭାଙ୍ଗି ଅଭିଷେକ କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।