Odiapua.com

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ ନୟାଗଡ଼ ରାଜ୍ୟରେ ପ୍ରଥମ, ପାଶ୍ ହାର ୮୬.୫୧%, ଉମେଶ ପ୍ରଥମ, ସ୍ୱାତୀ ଦ୍ୱିତୀୟ ଓ ପ୍ରୀତିଶ ତୃତୀୟ

ନୟାଗଡ଼, ୧୨ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ ନୟାଗଡ଼ ଜିଲା ରାଜ୍ୟରେ ପ୍ରଥମ ହୋଇଛି। ରାଜ୍ୟରେ ପରୀକ୍ଷା ହାର ୭୦-୭୧% ହୋଇଥିବାବେଳେ ନୟାଗଡ଼ରେ ୮୬.୫୧% ହୋଇଛି। ନୟାଗଡ଼ ମହାବିଦ୍ୟାଳୟର ୨ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି ଜିଲାପାଇଁ ଗୌରବ ଆଣିଛନ୍ତି। ନୟାଗଡ଼ ମହାବିଦ୍ୟାଳୟର ଛାତ୍ର ଉମେଶ ଦାଶ ୫୪୬ ନମ୍ବର ରଖି ଜିଲାରେ ପ୍ରଥମ ହୋଇଥିବାବେଳେ ସ୍ୱାତୀ ପ୍ରକୃତି ଦାଶ ୫୪୧ ନମ୍ବର ରଖି ଦ୍ୱିତୀୟରେ ଅଛନ୍ତି। ସେହିପରି ଡିଭାଇନ ରେସିଡେନ୍‌ସିଆଲ କଲେଜର ଛାତ୍ର ପ୍ରୀତିଶ କୁମାର ମହାନ୍ତି ୫୩୮ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଚଳିତବର୍ଷ ଜିଲାରେ ୨୬୭୬ଜଣ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।