Odiapua.com

ଯୁକ୍ତ ଦୁଇ ବିଜ୍ଞାନରେ ନୟାଗଡ଼ ଜିଲ୍ଲାର ସର୍ବାଧିକ ପାସ୍ ହାର, ସ୍ମୃତିରେଖା ଜିଲ୍ଲା ଟପ୍ପର

ନୟାଗଡ଼, ୨୭ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ରାଜ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନରେ ନୟାଗଡ଼ ଜିଲ୍ଲାର ରାଜ୍ୟ ସ୍ତରରେ ସର୍ବାଧିକ ପାଶ୍‌ହାର ହୋଇଥିବାବେଳେ ସ୍ମୃତିରେଖା ଆଚାର୍ଯ୍ୟ ୫୬୫ ନମ୍ବର ରଖି ଜିଲ୍ଲାର ଟପ୍ପର ହୋଇଛନ୍ତି। ତାଙ୍କ ଘର ଇଟାମାଟି ବୋଲି ଜଣାପଡ଼ିଛି। ସେହିପରି ବାଣିଜ୍ୟରେ ମନୋରଂଜନ ବେହେରା ୫୬୧ ନମ୍ବର ରଖି ଜିଲ୍ଳ ଟପ୍ପର ହୋଇଛନ୍ତି। ତାଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ନୟାଗଡ଼ କଲେଜର ଛାତ୍ର ସିଦ୍ଧାନ୍ତ ଦାଶ ଓ ଛାତ୍ରୀ ସୁଶ୍ରୀ ସିମରନ୍ ଦାଶ ଉଭୟେ ବାଣିଜ୍ୟରେ ସମାନ ସଂଖ୍ୟକ ୫୬୨ ନମ୍ବର ରଖି ଯୁଗ୍ମ ଭାବେ କଲେଜ ଟପ୍ପର ହୋଇଛନ୍ତି। ନୟାଗଡ଼ ଜିଲ୍ଲା ରାଜ୍ୟ ସ୍ତରରେ ସୁନାମ ଆଣିଥିବାରୁ ବିଭିନ୍ନ ମହଲରୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଯାଇଛି।