Odiapua.com

ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ରାସ୍ତା ଅବରୋଧ

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଭଦ୍ରକ ସହର ବନ୍ତଛକ ଠାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଓ କ୍ୱାର୍ଟଲି ପରୀକ୍ଷା ଅନୁଯାୟୀ ମାର୍କ ଦେବାକୁ ଦାବି କରି ପ୍ରତିବାଦ ପୂର୍ବକ ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ କରିଛନ୍ତି। ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ହେବାର ସଂକେତ ଦେଇଥିଲେ ମଧ୍ୟ ଏହାକୁ ନେଇ ରାଜ୍ୟ ସମେତ ବିଭିନ୍ନ ଜିଲାର ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରୁଛନ୍ତି। ଚଳିତବର୍ଷ କରୋନା ପାଇଁ ପାଠପଢା ବହୁ ପଛରେ ପଡିଛି। ଅନଲାଇନ୍ ପାଠପଢାରେ ସବୁ କୋର୍ସ ସରିନାହିଁ। ତେଣୁ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।