Odiapua.com

ଯୁକ୍ତ ଦୁଇ କଳା ପରୀକ୍ଷାରେ ପାସ୍ କଲେ ୫ହଜାର ୨୪୩

ନୟାଗଡ଼, ୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଯୁକ୍ତ ଦୁଇ କଳା ବାର୍ଷିକ ପରୀକ୍ଷା ୨୦୨୨ରେ ନୟାଗଡ଼ ଜିଲ୍ଲାରେ ୫ହଜାର ୨୪୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଯାହାକି କଳା ସ୍ରୋତରେ ପାସ୍ ହାର ୮୫.୦୯ ପ୍ରତିଶତ ରହିଛି। ଏଥିରେ ୬ହଜାର ୨୭୭ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲ୍‌ପ କରିଥିଲାବେଳେ ୬ହଜାର ୧୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୨ହଜାର ୩୪୯ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ଦ୍ୱିତୀୟ ଶ୍ରେଣୀରେ ୧ହଜାର ୧୯୨ ଜଣ ଓ ତୃତୀୟ ଶ୍ରେଣୀରେ ୧ହଜାର ୭୦୧ ଓ ଜଣେ କମ୍ପାର୍ଟମେଂଟାଲରେ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୬ ଜଣ ମାଲ୍ ପ୍ରାକ୍ଟିସ୍ ଓ ଜଣଙ୍କ ରେଜଲ୍ଟ ୱିଥ୍‌ହେଲ୍ଡ୍ ରହିଥିବା ଜଣାପଡ଼ିଛି। ସେହିପରି ଭାବରେ ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୬୯.୩୮ ରହିଛି। ଏଥିରେ ୧୪୭ ଜଣ ପରୀକ୍ଷା ଦେଇଥିବାବେଳେ ୧୦୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନ୍ୟପକ୍ଷରେ ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୪୦ ଜଣ କଳା ଛାତ୍ରଙ୍କ ମଧ୍ୟରୁ ୫୯ଜଣ ପ୍ରଥମ ଶ୍ରେଣୀ, ୪୧ଜଣ ଦ୍ୱିତୀୟ ଶ୍ରେଣୀ, ୯୧ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୫ଜଣ ଫର୍ମ ଫିଲ୍ପ କରି ପରୀକ୍ଷା ଦେଇନଥିଲେ ଓ ୪୪ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ସେହପରି ନୟାଗଡ଼ ସ୍ୱୟଂଶାସିତ କଲେଜରେ ୨୨୫ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲାବେଳେ ଦ୍ୱିତୀୟ ଶ୍ରେଣୀରେ ୫୦ଜଣ, ତୃତୀୟ ଶ୍ରେଣୀରେ ୬୧ଜଣ ପାସ୍ କରିଛନ୍ତି। ନୟାଗଡ଼ ପ୍ରଜାମଣ୍ଡଳ ମହିଳା ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ୧୮୧ ଜଣ, ଦ୍ୱିତୀୟ ଶ୍ରେଣୀରେ ୩୧ଜଣ ଓ ୧୭ଜଣ ପାସ୍ କରିଥିବା ସୂଚନା ମିଳିଛି।