Odiapua.com

“ଯାହାକୁ ରଖିବେ ଅନନ୍ତ” : ଫଣାଟେକି ନାଗ, କ୍ଷେତରେ ଶୋଇଥିବା ମହିଳାଙ୍କ ଉପରେ, କ’ଣ ହେଲା ଦେଖନ୍ତୁ ଭିଡ଼ିଓ

ନୂଆ ଦିଲ୍ଲୀ ୨୯-୮ (ଓଡ଼ିଆ ପୁଅ) ସାପକୁ ଦେଖିଲେ କିଏ ବି ନ ଡରିବ? ତାହା ପୁଣି ନିଜ ଉପରେ! ଫଣା ଟେକିଥିବା ନାଗ! ଦେଖନ୍ତୁ ଭିଡ଼ିଓ। ଏହି ଭିଡ଼ିଓରେ ଦେଖାଯାଉଛିଯେ, ନାଗ ସାପଟିଏ ଜଣେ ମହିଳା ଯିଏକି ନିଜ କ୍ଷେତରେ ଶୋଇଥିଲେ। ତାଙ୍କ ଉପରେ ଚଢ଼ି ଫଣାଟେକି ରହିଛି। ଏହି ଭିଡ଼ିଓକୁ ପ୍ରାୟ ୪୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ୧୧୦୦ ରୁ ଅଧିକ ଲୋକ ପସନ୍ଦ କରିସାରିଲେଣି। ଏହି ଭିଡ଼ିଓଟି ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ) ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି।

ଘଟଣା କେଉଁ ସ୍ଥାନରେ ଘଟିଥିଲା ତାହା ଜଣା ପଡିନଥିବା ବେଳେ କେବଳ ମହିଳା ଜଣକ ହଲଚଲ ନହୋଇ କିଛି କହୁଥିବା ଜଣାପଡ଼ୁଛି। ମହିଳା ଜଣକ ବୋଧ ହୁଏ ଭଗବାନ ଶିବଙ୍କୁ ଆରାଧନା କରୁଥିଲେ ବୋଲି ଜଣେ ୟୁଜର କହିଛନ୍ତି। ତେବେ

ସର୍ପ କୌଣସି କ୍ଷତି ନକରି ଚାଲିୟିବା ପୂର୍ବରୁ ପ୍ରାୟ କିଛି ମିନିଟ୍ ପର୍ଯ୍ୟନ୍ତ ତାଙ୍କ ପିଠିରେ ଫଣା ଟେକି ରହିଥିଲା।